ଭୁବନେଶ୍ବର, ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ବା ଓସେପା ପକ୍ଷରୁ ରାଜ୍ୟସ୍ତରୀୟ ବ୍ୟବହାରିକ ଦକ୍ଷତା ପ୍ରଶିକ୍ଷଣ ଆୟୋଜନ କରାଯାଇଛି । ଗତ ଡିସେମ୍ବର 9 ତାରିଖରୁ 18 ତାରିଖ ଯାଏଁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ ଏନଆଇସି, ଭୁବନେଶ୍ବରଠାରେ ଆୟୋଜନ କରାଯାଇଥିଲା । ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ଜିଲ୍ଲାର ସିଟିସି ପ୍ରୋଗାମର୍,ବ୍ଲକର ଟିସି ଏବଂ ମିସ୍-କମ୍-ପିସି ମାନେ ଯୋଗ ଦେଇଥିଲେ । ଏଥିରେ 30ଗୋଟି ଜିଲ୍ଲାର ଏବଂ 314 ବ୍ଲକର 680 ଜଣ କର୍ମଚାରୀ କମ୍ପ୍ୟୁଟର ମାଧ୍ୟମରେ ଆସେସ୍ ଫଣ୍ଡ ମ୍ୟାନେଜମେଣ୍ଟ ଏବଂ ଗ୍ରିଭାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମର ପ୍ରଶିକ୍ଷଣ ନେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମକୁ ଓସେପା ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ସଙ୍ଗୀତ ବେହେରା, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ଅମିତା ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସସ୍ମିତା ସାହୁ ଏବଂ ଏନଆଇସିର ଏସଆଇଓ ଡ଼ ଅଶୋକ କୁମାର ହୋତା, ବୈଜ୍ଞାନିକ ସୁଶାନ୍ତ କୁମାର ଭୋଳ ଓ ଶ୍ରୀ ମଳୟ କୁମାର ଦାସ ଅଧ୍ୟକ୍ଷତା କରିଥିଲେ ।
