ଭଞ୍ଜନଗର – ବେଆଇନ ମଦ ବିକ୍ରି ଏବଂ ପ୍ରସ୍ତୁତକାରୀ ଅସାଧୁ ବ୍ୟବସାୟୀ ଙ୍କ ଉପରେ ତିକ୍ଷଣ ନଜର ରଖିବା ସହ ଅଚାନକ ଚଢ଼ଉ କରି ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଭଞ୍ଜନଗର ଉପ-ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଧେଶ ଦେଇଛନ୍ତି | ପରସ୍ପର ସହ ଉତ୍ତମ ସମନ୍ୱୟ ରକ୍ଷା କରି ଚଢ଼ଉ କୁ ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି | ଏହା ଛଡା ରାତ୍ରି ସମୟରେ ବେଆଇନ ଭାବେ ଚୋରାଚାଲାଣ ହେଉଥିବା ବିଭିନ୍ନ ନିଶା ଦ୍ରବ୍ୟ ରୋକିବାକୁ ରାତ୍ରି ପେଟ୍ରୋଲିଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଛି | ବେଆଇନ ଔଷଧ ଦୋକାନ , କ୍ଲିନିକ ମାନଙ୍କରେ ନଜର ରଖିବା ସହ ଚଢ଼ଉ ନିମନ୍ତେ ଡ୍ରଗ ଇନିସପେକେଟର ଙ୍କୁ ନିର୍ଦ୍ଧେଶ ଦିଆଯାଇଛି | ବିଭିନ୍ନ ହୋଟେଲ ଏବଂ ଢ଼ାବା ଉପରେ ଚଢ଼ଉ ନିମନ୍ତେ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଧେଶ ଦିଆଯାଇଛି | ଆଜି ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉପଖଣ୍ଡ ସ୍ତରୀୟ ମଲ୍ଟି ଡିସିପ୍ଲିନାରୀ ସ୍କ୍ୱାର୍ଡ ବୈଠକରେ ଅନ୍ୟ ଉପସ୍ଥିତ ଅଧିକାରୀ ଙ୍କ ମଧ୍ୟରେ ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ, ସୋରଡ଼ା ଅତିରିକ୍ତ ତହସିଲଦାର କୁରେସ ଚନ୍ଦ୍ର ଜାନି, ବେଲଗୁଣ୍ଠା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା, ଜଗନ୍ନାଥପ୍ରସାଦ ଅତିରିକ୍ତ ତହସିଲଦାର ବୋରିଆଲ ମୁର୍ମୁ, ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ , ଗଞ୍ଜାମ ଅବକାରୀ ଡ଼େପୁଟି ସୁପାରିଟେଣ୍ଡ ଶ୍ରୀ ଅଭିରାମ ବେହେରା, ଡ୍ରଗ ଇନିସ୍ପେକଟର ପ୍ରସନ୍ନ କୁମାର ମଲ୍ଲିକ, ଅବକାରୀ ଏସ.ଆଇ ଦୁର୍ଯ୍ୟଧାନ ଦିଗାଲ, ଉତ୍ତର ଘୁମୁରା ଏ. ସି . ଏଫ. ଏମ ମୋତିଲାଲ, ଫୋରେଷ୍ଟର ଦକ୍ଷିଣ ଘୁମୁସର କେ. ପ୍ରସାଦ ଜେନା, ଭାରପ୍ରାପ୍ତ ଓ.ଆଇ. ସି . ବୁଗୁଡ଼ା ଏବଂ ଆସ୍କା ଜୋସେଫ ୱଲଟେନ ନାୟକ ସମେତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ଫକୀର ମୋହନ ସ୍ୱାଇଁ ଉପସ୍ଥିତ ଥିଲେ |
Related Stories
November 23, 2024