ଭୁବନେଶ୍ବର,ରାଜ୍ୟରେ କାରଖାନାମାନଙ୍କର ସୁରକ୍ଷିତ କାର୍ଯ୍ୟସ୍ଥଳୀ ଏବଂ ଶ୍ରମିକ ସୁରକ୍ଷାକୁ ସରକାର ପ୍ରାଥମିକତା ଦେଇଆସୁଥିବାରୁ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅନୁମୋଦନକ୍ରମେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟ ପକ୍ଷରୁ ସୁରକ୍ଷା ଅଧିକାରୀମାନଙ୍କ ନିମନ୍ତେ ବିଭିନ୍ନ ସୁରକ୍ଷା ବିଷୟକ ତାଲିମ କାର୍ଯ୍ୟକ୍ରମ ସଂଗଠିତ ହେଉଛି, ଯାହା ଦୁର୍ଘଟନା ପ୍ରତିରୋଧକୁ ସୁଦୃଢ଼ କରୁଛି।
ଏହି କ୍ରମରେ, ଗତ ତା. ୧୨.୧୨.୨୦୨୫ ତାରିଖରେ, ରାଜ୍ୟ ଶ୍ରମ ପ୍ରତିଷ୍ଠାନର ସହଯୋଗରେ, ସେହି ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ “ସୁରକ୍ଷା ସମିତିର ଭୂମିକା ଓ ଦାୟିତ୍ୱ” ସମ୍ବନ୍ଧୀୟ ପ୍ରଶିକ୍ଷଣ, ଅଲୁମିନିୟମ୍ ୟୁନିଟ୍ସ୍ର ସୁରକ୍ଷା ସମିତି ସଦସ୍ୟଙ୍କ ଉପସ୍ଥିତିରେ, ଏକ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ସଫଳତାର ସହ ସମାପ୍ତ ହୋଇଥିଲା । ଏହି କର୍ମଶାଳାର ଦ୍ୱିତୀୟ ଦଫା ଗତ ତା. ୧୭.୧୨.୨୦୨୫ ରିଖରେ ଅନ୍ୟ ୪୧ ଜଣ ନିରାପତ୍ତା ଅଧିକାରୀଙ୍କ ଉପସ୍ଥିତିରେ ସଫଳତାପୂର୍ବକ ସମାପ୍ତ ହୋଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସୁରକ୍ଷା ସମିତିକୁ ଶକ୍ତିଶାଳୀ କରି, ସଦସ୍ୟମାନଙ୍କର ସଚେତନତା, ଦାୟିତ୍ୱ ଓ ସଫଳ ପଦକ୍ଷେପ ଦ୍ୱାରା କାର୍ଯ୍ୟସ୍ଥଳର ସୁରକ୍ଷା ସୁନିଶ୍ଚିତ କରିବା ।
ମୁଖ୍ୟ ଅତିଥି ଭାବେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ (ଆଇଏଏସ୍), ଯୋଗ ଦେଇଥିଲେ। ଶ୍ରୀ ତ୍ରିପାଠୀ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଉଦ୍ବୋଧନରେ କହିଥିଲେ ଯେ, “ସୁରକ୍ଷା କେବଳ ନିୟମରେ ସୀମିତ ନୁହେଁ, ଏହା ଦାୟିତ୍ୱବୋଧ ଓ ସହଯୋଗର ଫଳ। ସମିତିର ସକ୍ରିୟତା, ନିୟମିତ ପ୍ରଶିକ୍ଷଣ ଏବଂ ସଚେତନତା ମାଧ୍ୟମରେ ଆମେ ସମସ୍ତଙ୍କ ପାଇଁ ସୁରକ୍ଷିତ କାର୍ଯ୍ୟସ୍ଥଳ ସୃଷ୍ଟି କରିପାରିବା।।”
ସଭାରେ କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ (ସୁରକ୍ଷା) ଡଃ ମଳୟ କୁମାର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ। ଶ୍ରୀ ପ୍ରଧାନ କହିଥିଲେ ଯେ, “କାର୍ଯ୍ୟସ୍ଥଳରେ ସୁରକ୍ଷା ରକ୍ଷା କେବଳ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ନୁହେଁ; ଏହା ପ୍ରତ୍ୟେକ କର୍ମଚାରୀଙ୍କର ସାମୁହିକ ଦାୟିତ୍ୱ। ନିୟମିତ ପ୍ରଶିକ୍ଷଣ, ସଚେତନତା କାର୍ଯ୍ୟକ୍ରମ ଓ ସମିତିର ସକ୍ରିୟ ଭୂମିକା ମାଧ୍ୟମରେ ଆମେ ଦୁର୍ଘଟଣାକୁ କମାଇ ସୁରକ୍ଷିତ, ସ୍ୱସ୍ଥ ଏବଂ ଉତ୍ପାଦକ କାର୍ଯ୍ୟ ପରିବେଶ ଗଢ଼ି ପାରିବା।”
ସଭାରେ ଡ଼ା. କିରଣ କୁମାର ପଣ୍ଡା, ଇଏଚ୍ଏସ୍ କନସଲ୍ଟାଣ୍ଟ, ଏଚ୍ଏସ୍ଇ ପୂର୍ବତନ ମୁଖ୍ୟ ଓ ପରାମର୍ଶଦାତା, ଏଏମ୍- ଏନ୍ଏସ୍ ଇଣ୍ଡିଆ , ଶ୍ରୀ ଜିତେନ୍ଦ୍ର ପରିଡା, ଅସୋସିଏଟ୍ ଭାଇସ୍ ପ୍ରେସିଡେଣ୍ଟ (ସୁରକ୍ଷା), ଜିନ୍ଦଲ୍ ଷ୍ଟିଲ୍ ଏଣ୍ଡ୍ ପାୱାର୍ ଲିମିଟେଡ୍, ଅନଗୁଳ, ଶ୍ରୀ ଦେବାଶିଷ ପଟ୍ଟନାୟକ, ଏଜିଏମ୍(ଏଚ୍ଆର୍) ଏସ୍ଏଆଇଏଲ୍ – ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟ,,ସୁନ୍ଦରଗଡ଼, ଶ୍ରୀ ନିହାର କନ୍ତ ରାଉତ, ଇଏଚ୍ଏସ୍ କନସଲ୍ଟାଣ୍ଟ, , ପାରାଦୀପ୍ ଫସଫେଟ୍ସ୍ ଲିମିଟେଡ୍, ଜଗତସିଂହପୁର ସହ ବିଭିନ୍ନ ବିଭାଗର ସଦସ୍ୟମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ଭାବରେ ରୂପାୟିତ କରିଥିଲେ। । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକମାନଙ୍କ ଦ୍ୱାରା ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।
ପ୍ରତିଷ୍ଠାନ ପକ୍ଷରୁ ତାଲିମ ପ୍ରାପ୍ତ କରିଥିବା ୪୧ ଜଣ ସ୍ୱୀକୃତିପ୍ରାପ୍ତ ସୁରକ୍ଷା ଅଧିକାରୀଙ୍କୁ ଉଦଯାପନୀ ସନ୍ଧ୍ୟାରେ ପ୍ରମାଣପତ୍ର ବିତରଣ କରାଯାଇଥିଲା।
