-
ଖୁବ୍ ଶୀଘ୍ର ସରକାରଙ୍କ ଘୋଷଣା -ଆଇନମନ୍ତ୍ରୀ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀଵାସୀଙ୍କ ଶ୍ରୀମନ୍ଦିର ରେ ସୁରୁଖୁରୁରେ ପ୍ରବେଶ ଓ ଶ୍ରୀଜଗନ୍ନାଥ ଦର୍ଶନ ର ସୁବ୍ୟବସ୍ଥା କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଆଲୋଚନା ରେ ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଥିଲେ ଯେ ଖୁବ୍ ଶୀଘ୍ର ସରକାର ଏଦିଗରେ ଘୋଷଣା କରିଵେ। ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଓ ବିଜେପି ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ତରେଇଙ୍କ ନେତୃତ୍ବ ରେ ଏହି ରୁଦ୍ଧଦ୍ବାର ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ାକ୍ତର ମୁକେଶ ମହାଲିଙ୍ଗ,ଡକ୍ଟର ବଦ୍ରି ମିଶ୍ର, ମଧୁସୂଦନ ମିଶ୍ର,ମନୋଜ ରଥ ଓ ରାଜେଶ କୁମାର ମହାନ୍ତି , ପୁରୀବାସୀଙ୍କ ମନ୍ଦିର ପ୍ରବେଶ, ଜଗନ୍ନାଥ ଦର୍ଶନ,ଅବଢା କିଣା,ଶୁଖିଲି କିଣା, ସତ୍ୟନାରାୟଣ ଦର୍ଶନ, ଲକ୍ଷ୍ମୀ ଦର୍ଶନ, ସୂର୍ଯ୍ୟ ମନ୍ଦିର ରେ ନିର୍ବନ୍ଧ,ଶୀତଳା ଦର୍ଶନ ଭଳି ଅନେକ ବିଷୟରେ ଆଲୋଚନା କରିଥିଲେ । ସୂଚନା ଅନୁସାରେ ଏହା ଏକ ବିପ୍ଲବ ବା’ ଆନ୍ଦୋଳନ ନୁହେଁ, ଏହା ପୁରୀବାସୀଙ୍କ ଠାକୁର ଓ ସରକାରଙ୍କ ଠାରେ ନିବେଦନ ବୋଲି ଶହଶହ ମହିଳା, ବରିଷ୍ଠ ନାଗରିକ, ଯୁବଗୋଷ୍ଠୀଙ୍କ ସହ ପୁରୀବାସୀଙ୍କ ପକ୍ଷରୁ ଅଭିଯାନ ମଞ୍ଚ ସିଂହଦ୍ବାର ଓ ଶରଧାବାଲି ରେ ମିଳିତ ପ୍ରାର୍ଥନା ଓ ଦୀପଦାନ କରିବା ସହ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଶ୍ରୀମନ୍ଦିର ପ୍ରଶାସକ ଓ ଜିଲ୍ଲାପାଳଙ୍କୁ ଗତ ୭ ତାରିଖ ରେ ନିବେଦନପତ୍ର ପ୍ରଦାନ କରିଥିଲେ। ରାଜ୍ୟ ସରକାର ମାତ୍ର ଦୁଇ ଦିନ ବ୍ୟବଧାନ ରେ ଅଭିଯାନ ମଞ୍ଚ ସହ ଆଲୋଚନା କରିଥିବାରୁ ପୁରୀବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।
