ବ୍ରହ୍ମପୁର/କୁକୁଡ଼ାଖଣ୍ଡି; ବାଲିପଡା ସ୍ଥିତ ଘାଟିପାରି ସରକାରୀ ଉଚ୍ଚ ବିଦ୍ୟାଳୟରେ କୁକୁଡ଼ାଖଣ୍ଡି ବ୍ଲକ ସ୍ତରୀୟ ପ୍ରଧାନ ଶିକ୍ଷକ ମାନଙ୍କ ମାସିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଯୁକ୍ତ ଏସ. ଗିରିଧ( ଗୋଷ୍ଠୀ ଶିକ୍ଷାଧିକାରୀଙ୍କ) ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ବ୍ଲକ ଅନ୍ତର୍ଗତ ସମସ୍ତ ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ତଥା ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ମାନଙ୍କରେ ଅଗ୍ନିଦାଉରୁ କିପରି ପିଲାମାନଙ୍କୁ ସୁରକ୍ଷା କରାଯାଇପାରିବ ସେଥି ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ଶିକ୍ଷକ ମାନଙ୍କୁ ତାଲିମ ଦେଇଥିଲେ। ଏହାପରେ ସ୍ୱାସ୍ତ୍ୟ କର୍ମଚାରୀ MDA ସମ୍ବନ୍ଧରେ ପିଲାମାନଙ୍କୁ ତଥା ସେମାନଙ୍କ ମାତା ପିତା ତଥା ଅଭିଭାବକ ମାନେ କିପରି ସଚେତନ କରାଯାଇପାରିବ ବୁଝାଇଥିଲେ। ତତପରେ ନିକଟରେ ଅନୁଷ୍ଠିତ ୩ୟ ଶ୍ରେଣୀ ଓ ୫ମ ଶ୍ରେଣୀ ମେଧାବୃତିରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ଏହାପରେ ରାଜ୍ୟ ସ୍ତରୀୟ ତଥା ରାଷ୍ଟ୍ରୀୟସ୍ତରରେ ବ୍ଲକ ପାଇଁ ଗୌରବ ଅର୍ଜନ କରିଥିବା ଛାତ୍ର ଡେଙ୍ଗାପଦର ସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟର ଛାତ୍ର ଶ୍ରୀମାନ ହରିଓମ ଜେନା ଯାହାର ବିଜ୍ଞାନ ପ୍ରକଳ୍ପଟି ଉଚ୍ଚ ପ୍ରଶଂସିତ ହୋଇ ରାଜ୍ୟସ୍ତରରେ ପୁରସ୍କୃତ ହୋଇଥିଲେ। ତାଙ୍କୁ ବ୍ଲକ ତରଫରୁ ସମ୍ମାନିତ କରାଯାଇଥିଲା। ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା ଦ୍ୱାରା ଅନୁଷ୍ଠିତ “ଗାରିମା” ଶିକ୍ଷକ ମୂଲ୍ୟାୟନରେ ବ୍ରୋଞ୍ଜ ଓ ରୋପ୍ୟ ପଦକ ପାଇଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହାପରେ ଶ୍ରୀ ରାଜୁ ପ୍ରଧାନ, ଶ୍ରୀ ଡା. ସନାତନ ପ୍ରଧାନ, ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡା ପ୍ରଧାନ, ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ପରିବେଶ ଓ ଶ୍ରେଣୀ କୋଠରୀ ମାନଙ୍କୁ ସୁନ୍ଦର ଭାବରେ ବିଭିନ ଶୈକ୍ଷିକ ଚିତ୍ର ଓ ଉଦ୍ୟାନ ମାନ ସୃଷ୍ଟି କରି ପିଲାମାନଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିଥିବାରୁ ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରାଯାଇଥିଲା। ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଅମୁଲ୍ୟ କୁମାର ପ୍ରଧାନ, ସମ୍ମାନିତ ଅତିଥି ରୂପେ ଶ୍ରୀମତୀ ବିନିତା ସେନାପତି(ଜିଲ୍ଲା ପ୍ରକଳ୍ପ ଅଧିକାରୀ), ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ସନାତନ ମହାପାତ୍ର( ଜିଲ୍ଲା ଅଗ୍ନିଶମ ଅଧିକାରୀ), ସ୍ଥାନୀୟ ସମିତି ସଭ୍ୟ ଶ୍ରୀ ନିରଞ୍ଜନ ମହାନ୍ତି, ସରପଞ୍ଚ ଉମାକାନ୍ତ ସାମଲ, ସମାଜସେବୀ ସଞ୍ଜୟ ପାଣିଗ୍ରାହୀ ଓ ବିଦ୍ୟାଳୟ ସଭାପତି ବାବୁଲା ସାହୁ ଉପସ୍ଥିତ ରହି ଉକ୍ତ ସମ୍ମିଳନୀରେ ସହ ଗୋଷ୍ଠୀ ଅଧିକାରୀ ଦ୍ବୟ ଯଥା ସୁରେନ୍ଦ୍ର କୁମାର ସେନାପତି ଓ ଶ୍ରୀ ତ୍ରିନାଥ ମଲିକ ବିଦ୍ୟାଳୟ ଗୁଡିକରେ ଗୁଣାତ୍ମକ ଶିକ୍ଷାର କିପରି ବୃଦ୍ଧି ହେବ ଏହା ଗୁରୁତ୍ୱରୋପ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିବାରୁ ରୋହିଗାଁ କ୍ଳସ୍ଟର ସି.ଆର.ସି.ସି ଶ୍ରୀ ଦିଲୀପ ଜେନା ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ, ବ୍ଲକର ସମସ୍ତ ସି.ଆର.ସି.ସି ମାନଙ୍କୁ, ଘାଟିପାରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜ୍ୟୋତି ପଣ୍ଡା ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ସଦସ୍ୟା ମାନଙ୍କୁ ଧନ୍ୟବାଦ ଦେଇଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।