-
ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ।
ବ୍ରହ୍ମପୁର _ଉପ ଜିଲ୍ଲାପାଳ ଅବିନାଶ କୁମାର ଆଜି ପାତ୍ରପୁର ବ୍ଳକ ଗସ୍ତକରି ପଦାଦିଗି ପଞ୍ଚାୟତରେ ଆୟୋଜିତ ମିଳିତ ଜନ ଶୁଣାଣି ଶିବିର ରେ ଯୋଗ ଦେବା ସହିତ ଆଙ୍କୁଲି ପଂଚାୟତ ର ଜଙ୍ଗଲ ଘେରା ମଧ୍ୟରେ ଥିବା ଦୁର୍ଗମ ଗଡଙ୍ଗ ଗ୍ରାମରେ ପହଞ୍ଚି ପିଏମ ଜନମନ ଯୋଜନା ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଛନ୍ତି। ଉକ୍ତ ଗ୍ରାମକୁ ରାସ୍ତା ଟିଏ ନଥିବା ବେଳେ ଲୋକ ମାନେ ଯାବତୀୟ ଅସୁବିଧା ଭୋଗୁଥିଲେ। ଛଅ ବର୍ଷ ପୂର୍ବେ ଗ୍ରାମର ଲୋକମାନେ ହାତରେ କଟୁରୀ ଧରି ଚାରି କିଲୋମିଟର ରାସ୍ତା ସଫା କରିବା ସହିତ ଗ୍ରାମର ସ୍ଥିତି ସହିତ ଲୋକଙ୍କ ରାସ୍ତା ସଫା ସମ୍ପର୍କରେ ଖବର ପ୍ରକାଶ ପାଇଥିଲା। ଖବର ପ୍ରକାଶ ପରେ ପ୍ରଶାସନ ତୁରନ୍ତ ଗଡଙ୍ଗ ଗ୍ରାମକୁ ଏମ୍ ନରେଗା ଯୋଜନାରେ ଦୁଇ ପାର୍ଶ୍ବରେ ଦୁଇଟି ରାସ୍ତା ନିର୍ମାଣ କରିଥିଲେ। ଯାହାରି ଫଳରେ ଲୋକ ଙ୍କ ଯାତାୟତ ରେ ଅସୁବିଧା ଦୂର ହୋଇ ଥିଲା। ତେବେ ଗ୍ରାମକୁ ପକ୍କା ରାସ୍ତା ଟିଏ ନଥିବା ଯୋଗୁଁ ବର୍ଷା ଦିନରେ ରାସ୍ତା ନଷ୍ଟ ହୋଇ ଯାତାୟତ ରେ ଅସୁବିଧା ହେଉଥିଲା ।ଲୋକ ଙ୍କ ଅସୁବିଧା ଦେଖି ଜନମନ ଯୋଜନାରେ ଦୁଇ କୋଟି ପଞ୍ଚାବନ ଲକ୍ଷ୍ୟ ଟଙ୍କା ବ୍ୟୟରେ ବାଦୁଆ ଠାରୁ ତିନି କିଲୋମିଟର ପକ୍କା ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବନ ବିଭାଗ କ୍ଲିୟରନ୍ସ ନଥିବା ଦର୍ଶାଇ ରାସ୍ତାକାର୍ଯ୍ୟ ବନ୍ଦ କରିଦେଇଥିଲା। ଯାହାକୁ ନେଇ ଆଜି ବ୍ରହ୍ମପୁର ଉପ ଜିଲ୍ଲାପାଳ ଗଡ଼ଙ୍ଗ ଗ୍ରାମରେ ପହଞ୍ଚି ପିଏମ ଜନମନ ଯୋଜନାରେ ରାସ୍ତା କାର୍ଯ୍ୟ ସମେତ ଆବାସ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିବା ସହିତ ଅଞ୍ଚଳ ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ପଚାରି ବୁଝିଥିଲେ। ଏବଂ ତୁରନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀ ଓ ପାତ୍ରପୁର ବିଡ଼ିଓ ଲକ୍ଷ୍ମଣ ଚରଣ ସୋରେନ ଙ୍କୁ ନିର୍ଦେଶ ଦେଇଥିଲେ। ପୂର୍ବରୁ ଗ୍ରାମଟି ଗ୍ରାମାଞ୍ଚଳ ପୋର୍ଟାଲ ରେ ସ୍ଥାନିତ ହୋଇ ନଥିବାରୁ ଗୋଟିଏ ମଧ୍ୟ ପରିବାରକୁ ଆବାସ ଯୋଜନାରେ ଘର ମିଳିନଥିବା ବେଳେ ଏବେ ଜନମନ ଯୋଜନା ରେ ସବୁ ପରିବାକୁ ଘର ମିଳିବା ପରେ କାର୍ଯ୍ୟ ଚାଲିଛି। ଏହାକୁ ତ୍ୱରାନ୍ୱିତ କରିବାକୁ ଉପ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିବା ଆମ ପ୍ରତିନିଧି ଙ୍କୁ ଜଣାଇଛନ୍ତି।ଉପ ଜିଲ୍ଲାପାଳ ଙ୍କ ଏହି ଗସ୍ତ ବେଳେ ଏବିଡ଼ିଓ ବିଜୟ ପ୍ରଧାନ, ଏପିଓ ପ୍ରଣତି ପୁରୋହିତ, ପିଇଓ ହୃଦାନନ୍ଦ ଚୌଧୁରୀ, ଆବାସ ଯୋଜନା ର ବିପିସି ପ୍ରମୁଖ ଉପସ୍ଥିତ ରହିଥିଲେ।
