-
ଶରଧାବାଲି ରେ ଜଳିଲା ବିରାଟ ଦୀପ,
-
ଉଠ ଉଠହେ ମଣିମା ଡାକରେ କଂପିଲା ପୁରୀ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ଭକ୍ତ ର ଭାବପୂର୍ଣ୍ଣ ଡାକ ଶୁଣହେ ମଣିମା। ଭକ୍ତ ପ୍ରାର୍ଥନା ଶୁଣି ଉଠହେ ମହାବାହୁ।ପୁରୀବାସୀଙ୍କୁ ଶ୍ରୀମନ୍ଦିର ରେ ସୁରୁଖୁରୁରେ ପ୍ରବେଶ ର ମାର୍ଗଦର୍ଶକ ହୁଅ ହେ ମହାପ୍ରଭୁ।ଏପରି ଆକୁଳ ନିବେଦନ ସହ ଜୟ ଜଗନ୍ନାଥ ଧ୍ୱନି,ହରିବୋଲ- ହୁଳହୁଳି ରେ ରବିବାର ଦିନ ସନ୍ଧ୍ୟାରେ କଂପିଛି ପୁରୀ ।ଶହଶହ ମହିଳା, ବରିଷ୍ଠ ନାଗରିକ, ସେବାୟତ,ପ୍ରବଚକ, ସାହିତ୍ୟିକ, ବିଭିନ୍ନ ସାହି ବାସିନ୍ଦା,ଗବେଷକ, ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ଯୁବଗୋଷ୍ଠୀ ଏଥିରେ ସାମିଲ ହୋଇ ଘୋଷଣା କରିଛନ୍ତି ଯେ ଠାକୁରଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରବେଶ ଏକ ଦାବି କିମ୍ବା ଆନ୍ଦୋଳନ ହୋଇନପାରେ। ଜଗନ୍ନାଥଙ୍କ ଦର୍ଶନ ଓ ଶ୍ରୀମନ୍ଦିରରେ ସୁରୁଖୁରୁରେ ପ୍ରବେଶ,ପୁରୀବାସୀଙ୍କ ଜନ୍ମଗତ ଅଧିକାର ଓ ପରଂପରା। ବିଧର୍ମୀଙ୍କ କବଳରୁ ଠାକୁରଙ୍କୁ ୧୭ ଥର ପୁରୀବାସୀ ରକ୍ଷା କରିଛନ୍ତି । ପ୍ରାକୃତିକ ଦୁର୍ବିପାକ ଠାରୁ କରୋନାରେ ପୁରୀବାସୀ ପ୍ରଶାସନ ଓ ସରକାରଙ୍କୁ ସହଯୋଗ କେବଳ ଦେଇନାହାନ୍ତି,ଶହଶହ ବର୍ଷଧରିହ ଵହିରାଗତ ଯାତ୍ରୀ, ପର୍ଯ୍ୟଟକ ଓ ଭକ୍ତଙ୍କୁ ନିଃସ୍ଵାର୍ଥପର ସହଯୋଗ ଦେଇ ଆସିଛନ୍ତି। ଅଥଚ ପୁରୀବାସୀଙ୍କ ଶ୍ରୀମନ୍ଦିରରେ ସୁରୁଖୁରୁରେ ପ୍ରବେଶ, ମହାଲକ୍ଷ୍ମୀଙ୍କ ଦର୍ଶନ, ସତ୍ୟନାରାୟଣ ଦର୍ଶନ, ମହାପ୍ରସାଦ ଓ ଶୁଖିଲା ପ୍ରସାଦ
ଆଣିବା ନେଇ ଜନପ୍ରିୟ ରାଜ୍ୟ ସରକାର,ସାଂସଦ ସମ୍ବିତ ପାତ୍ର,ଶୁଭାଶିଷ ଖୁଣ୍ଟିଆ ଓ ବିଧାୟକ ସୁନୀଲ ମହାନ୍ତି ଏହା ପ୍ରତି ସକରାତ୍ମକ ସଂକେତ ଦେବାପରେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଯାବତ୍ ଆଶାଜନକ ଓ ନିର୍ଦ୍ଦିଷ୍ଟ ଘୋଷଣା ନେଇ ଆଲୋଚନା ହୋଇ ପାରିନାହିଁ। ଏଥିରେ ଯୋଗଦାନ କରି ପ୍ରାକ୍ତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ କହିଛନ୍ତି ଯେ ସରକାର ସଦାସର୍ବଦା ପୁରୀ ବାସୀଙ୍କ ସହିତ ଅଛନ୍ତି ଓ ଖୁବ୍ ଶୀଘ୍ର ଅଭିଯାନ ମଞ୍ଚ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହେବ ଏବଂ ଠାକୁର ପୁରୀ ବାସୀଙ୍କୁ ସଫଳତା ଦେବେ। ତେବେ ଆଜି ର ଏହି କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଓ ଅଂହିସାଧର୍ମୀ ଥିଲା। ପୁରୀ ବାସୀଙ୍କ ପାଇଁ ପ୍ରଶାସନ ହୃଦୟର ସହ ଆଲୋଚନା କରିବାକୁ ମଞ୍ଚ ନିବେଦନ ରଖିବା ସହ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବ ବୋଲି ଘୋଷଣା କରିଛି।
