ଭୁବନେଶ୍ୱର– କଂଗ୍ରେସର ଏକ ପ୍ରତିନିଧି ଦଳ ସୋମବାର ଦିନ ବିଧାନସଭା ବାଚସ୍ପତି ଶ୍ରୀମତୀ ସୁରମା ପାଢୀଙ୍କୁ ସାକ୍ଷାତ କରିଛନ୍ତି। ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଏସ ସି, ଏସ ଟି ଓ ଓ ଓସିସି ଙ୍କୁ ସଂରକ୍ଷଣ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ଗୃହରେ ଆଣିଥିବା ପ୍ରସ୍ତାବ ଉପରେ ବିଧାନସଭାରେ ଆଲୋଚନା ପାଇଁ ସେମାନେ ଦାବି ଜଣାଇଥିଲେ। ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଅଣା ଯାଇ ଚଳିତ ଅଧିବେଶନରେ ଆଲୋଚନା କରିବାକୁ କଂଗ୍ରେସ ପ୍ରତିନିଧି ଦଳ ଅନୁରୋଧ କରିଛନ୍ତି । ଏହି ପ୍ରତିନିଧି ଦଳରେ ପିସିସି ସଭାପତି ଭକ୍ତ ଦାସ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା ଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ ଓ ବିଧାୟକ ରାଜନ ଏକ୍କା ସାମିଲ ଥିଲେ।
