ଭୁବନେଶ୍ୱର– କିମ୍ବଦନ୍ତୀ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଶୋକ ପ୍ରକାଶ କରିଛନ୍ତି।
ଏକ୍ସରେ ଶ୍ରୀମତୀ ପରିଡା ଲେଖିଛନ୍ତି ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର ଜୀଙ୍କ ପରଲୋକ ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ । ଦଶନ୍ଧି ଦଶନ୍ଧି ଧରି ନିଜ ଅଭିନୟ ଦକ୍ଷତା ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱ ପାଇଁ ସେ ଦର୍ଶକଙ୍କ ହୃଦୟ ଜିତିଆସିଛନ୍ତି । ଭାରତୀୟ ସିନେମା ଜଗତରେ ତାଙ୍କ ସ୍ଥାନ ସର୍ବଦା ଅପୂରଣୀୟ ରହିବ । ଦିବଂଗତ ଆତ୍ମାର ସଦ୍ଗତି ପାଇଁ ପ୍ରାର୍ଥନା କରିବା ସହ ତାଙ୍କ ପରିବାରବର୍ଗ ତଥା ଅଗଣିତ ପ୍ରଂଶସକମାନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।
