ବଲାଙ୍ଗିର, ଅଦ୍ୟ ତା ୦୬.୧୧.୨୦୨୫ ରେ ବଲାଙ୍ଗିର ପୌର ପରିଷଦ କାର୍ଯ୍ଯାଳୟ ତରଫରୁ ଘର ଘର ବୁଲି କଠିନ ବର୍ଜ୍ୟବସ୍ତୁ ସଂଗ୍ରହ କରିବାପାଇଁ ନୂତନ ଭାବରେ ୨୫ ଗୋଟି ବର୍ଜ୍ୟ ବସ୍ତୁ ସଂଗ୍ରହ ଗାଡି ର ଶୁଭାରମ୍ଭ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଙ୍କ ଦ୍ଵାରା ହୋଇଯାଇଅଛି ।ଏହି ଅବସରରେ ରେ ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଏବଂ ପୌର କର୍ମଚାରୀ ଉପସ୍ଥିତ ଥିଲେ ।
ସହରର ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ କଠିନ ବର୍ଜ୍ୟବସ୍ତୁ ମଧ୍ୟ ତା ସହିତ ବୃଦ୍ଧି ପାଉଅଛି । ଏହି ବର୍ଦ୍ଧିତ କଠିନ ବର୍ଜ୍ୟବସ୍ତୁ ର ସୁପରିଚାଳନା ପାଇଁ ଅଧିକ ୨୫ ଗୋଟି ଆଇ ସି ଭି (ବର୍ଜ୍ୟବସ୍ତୁ ସଂଗ୍ରହ ଯାନ) ପରିଷଦ ତରଫରୁ ନିୟୋଜିତ କରଯାଇଅଛି ।
ନିଜସ୍ଵ ଗୃହରୁ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ରୁ ନିର୍ଗତ ହେଉଥିବା ଓଦା ଓ ଶୁଖିଲା ବର୍ଜ୍ୟ ବସ୍ତୁ କୁ ଅଲଗା ଅଲଗା କରି ପରିଷଦ ତରଫରୁ ନିୟୋଜିତ ଆବର୍ଜନା ସଂଗ୍ରହ ଗାଡି ରେ ଦେବା ପାଇଁ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ସମସ୍ତ ବଲାଙ୍ଗିର ବାସୀ ଙ୍କୁ ଅନୁରୋଧ କରି ସହର କୁ ସ୍ଵଚ୍ଛ ଓ ସୁନ୍ଦର କରିବାରେ ସହଯୋଗ କରିବାକୁ କହିଛନ୍ତି ।
