-
ଭିଭିପାଟ ଦ୍ଵିତୀୟ ପର୍ଯ୍ୟାୟ ରାଣ୍ଡୋମାଇଯେସନ ଓ ପେଆରିଂ ଅନୁଷ୍ଠିତ
ନୂଆପଡା ,71-ନୂଆପଡା ବିଧାନସଭାମଣ୍ଡଳୀ ଉପନିର୍ବାଚନ ପାଇଁ ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରକାଶ ବିନ୍ଦୁ ଏଵଂ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶଙ୍କ ଉପସ୍ଥିତିରେ ଇ ଭି ଏମ୍ ଓ
ଭିଭିପାଟ ମେସିନ୍ ସବୁର ଦ୍ଵିତୀୟ ପର୍ଯ୍ୟାୟ ରାଣ୍ଡୋମାଇଯେସନ ଓ ପେଆରିଂ ଅନୁଷ୍ଠିତ ହୋଇଯାଇଛି l ଉପଜିଲ୍ଲାପାଳ ତଥା ରିଟନିଙ୍ଗ ଅଫିସର ସୁର୍ମି ସୋରେନ୍ ଙ୍କ ଲଗ୍ଇନରେ ଏହା ସମ୍ପନ୍ନ ହୋଇଥିଲା।
ନିର୍ବାଚନ ପ୍ରସ୍ତୁତି ପାଇଁ ସମସ୍ତ ଭୋଟିଂ ମେସିନ୍ ସ୍ଥାନୀୟ ନେସନାଲ କଲେଜର ଷ୍ଟ୍ରଙ୍ଗ ରୁମ୍ ରେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବରେ ରଖା ଯାଇଛି l ଆଜି ଉପନିର୍ବାଚନର ସମସ୍ତ ପ୍ରାର୍ଥୀ ତଥା ସେମାନଙ୍କ ପ୍ରତିନିଧିମାନଙ୍କ ଉପସ୍ଥିତିରେ ଜିଲ୍ଲା ଇ ପ୍ରଶାସନ ପରିଚାଳକ ବିରେନ୍ଦ୍ର ସିଂ ଦଣ୍ଡସେନା କମ୍ପ୍ୟୁଟର ମାଧ୍ୟମରେ ଇ ଭି ଏମ୍ ଓ ଭିଭିପାଟ ତିନି ରାଉଣ୍ଡ ରାଣ୍ଡୋମାଇଯେସନ କରିଥିଲେ। ଏହାପରେ ଏ ସବୁର କମିସନିଂ ହେବ। ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ପାରଦର୍ଶି ଭାବରେ ସମସ୍ତ ୩୫୮ ବୁଥକୁ ଭୋଟିଂ ମେସିନ୍ ସେଟ୍ ଗୁଡିକୁ ପ୍ରେରଣ କରାଯିବ। ଆଜିର ଏହି ଦ୍ଵିତୀୟ ପର୍ଯ୍ୟାୟ ରାଣ୍ଡୋମାଇଯେସନ ଓ ପେଆରିଂ କାର୍ଯ୍ୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବାଷ ଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଜୁର, ଉପଜିଲ୍ଲାପାଳ ତଥା ଆରଓ ସୁର୍ମି ସୋରେନଙ୍କ ଉପସ୍ଥିତିରେ ସମ୍ପନ୍ନ କରାଯାଇଥିଲା l ପାରଦର୍ଶିତା ପାଇଁ ଏହି ରାଣ୍ଡୋମାଇଯେସନର ଅବିକଳ ନକଲ କପି ସମସ୍ତ ପ୍ରାର୍ଥୀଙ୍କୁ ପ୍ରଦାନ କରାଯାଇଛି।
