ଭୁବନେଶ୍ୱର : ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବିଭିନ୍ନ ବିଭାଗଦ୍ବାରା ବାତ୍ୟା ମନ୍ଥାର ପୂର୍ବ ଓ ପର ପ୍ରସ୍ତୁତି ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା ଯାଇଥିଲା। ଇଲେଟ୍ରୋନିକ ଏବଂ ଆଇ. ଟି. ବିଭାଗ ସମସ୍ତ ଟେଲିକମ ସମନ୍ଧୀୟ ବିଷୟ ପାଇଁ ନୋଡାଲ ବିଭାଗ ହୋଇଥିବାରୁ, ରାଜ୍ୟରେ ବାତ୍ୟା “ମନ୍ଥା” ଦ୍ୱାରା ପ୍ରଭାବିତ ହେବାର ଅନୁମାନ କରାଯାଉଥିବା ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଜିଲ୍ଲାର ଜିଲ୍ଲାପାଳଙ୍କୁ ସେହି ସମୟରେ ବିଭିନ୍ନ ମୋବାଇଲ ଟାୱାର ମାନଙ୍କୁ ନିରନ୍ତର ବିଦ୍ୟୁତ ସେବା ଯୋଗାଇବା ପାଇଁ ବିକଳ୍ପ ବିଦ୍ୟୁତ ବ୍ୟବସ୍ଥା କରି ସାଧାରଣ ଜନତାଙ୍କୁ ନିରବଛିନ୍ନ ମୋବାଇଲ ଓ ଇଣ୍ଟରନେଟ ସେବା ପ୍ରଦାନ କରିବା ପାଇଁ ପଦକ୍ଷପ ନେବାକୂ ଅନୁରୋଧ କରାଯାଇଛି। ଏତଦ ବ୍ଯତୀତ ଦୁରାସଞ୍ଚାର ବିଭାଗ ତଥା ରାଜ୍ଯରେ କାର୍ଯ୍ୟକ୍ଷମ ଥିବା ସମସ୍ତ ଟେଲିଫୋନ ଓ ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ମାନଙ୍କୁ ମଧ୍ୟ ବାତ୍ୟା ପୂର୍ବ ଓ ପରବର୍ତୀ ସମୟରେ ନିରବଛିନ୍ନ ମୋବାଇଲ ଓ ଇଣ୍ଟରନେଟ ସେବା ପ୍ରଦାନକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି।
