
-
ଦୟା, କ୍ଷମା, କରୁଣା ଆମ ଭିତରେ ରହିଲେ ମନୁଷ୍ୟ ଆଗକୁ ବଢ଼ିପାରିବ-ଆଇନ ମନ୍ତ୍ରୀ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସ୍ୱର୍ଗଦ୍ୱାର ନିକଟସ୍ଥ ଶ୍ରୀ ଅରବିନ୍ଦ ଧାମ ପୂର୍ଣ୍ଣାଙ୍ଗ ଶିକ୍ଷା ଏକାଡେମୀ ର ୫0 ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ମହାସମାରୋହ ରେ ଉଦଘାଟିତ ହୋଇଛି| ଶ୍ରୀ ଅରବିନ୍ଦ ଧାମର ପରିଚାଳନା ଟ୍ରଷ୍ଟି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉତ୍ସବ ରେ ଓଡିଶା ର ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀଅରବିନ୍ଦ ଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଅନାବରଣ କରିବା ସହିତ କହିଲେ ଶ୍ରୀ ଅରବିନ୍ଦ ଶ୍ରୀ ମା ଙ୍କ ଆଦର୍ଶ କୁ ନେଇ ଭାରତ ବର୍ଷ ର ଶିକ୍ଷା ନୀତି ତିଆରି ହେବା ସହିତ ଏହି ବିଦ୍ୟାଳୟ ମଣିଷ ତିଆରି କାରଖାନା ରୂପେ ଉଦ୍ଭାସିତ ହୋଇ ଉତ୍ତମ ନାଗରିକ ଦେଶ ଗଠନ ପାଇଁ ଦେଇପାରିଛି|ଶିକ୍ଷା ମଣିଷ ର ବଡ଼ ଆଭୂଷଣ |ଜ୍ଞାନ ଦୃଷ୍ଟିରୁ ସମାଜ ରେ ଲୋକ ପ୍ରତିଷ୍ଠିତ ହେବା କ୍ଷେତ୍ରରେ ଏହି ପୂର୍ଣ୍ଣାଙ୍ଗ ଶିକ୍ଷା ଏକାଡେମୀ ମଣିଷକୁ ସର୍ବାଙ୍ଗୀତ ଭାବେ ତିଆରି କରିବା ପାଇଁ କାର୍ଯ୍ୟ କରିଆସୁଛି| ଦୟା, କ୍ଷମା, କରୁଣା ଆମ ଭିତରେ ରହିଲେ ମନୁଷ୍ୟ ଆଗକୁ ବଢ଼ିପାରିବ |ମୁଖ୍ୟ ବକ୍ତା ରୂପେ ପଣ୍ଡିଚେରୀ ଶ୍ରୀଅରବିନ୍ଦ ଧାମ ର ବରିଷ୍ଠ ସାଧକ ମାତୃ ପ୍ରସାଦ ଜୀ ମୁଖ୍ୟ ବକ୍ତା ଏବଂ ସାଧକ ରୂପେ , ସତ୍ୟ ଦୟାନନ୍ଦ, ରିତମ ସିନ୍ହା ସଂମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ| ଏକାଡେମୀ ର ଅଧ୍ୟକ୍ଷା ଦୁର୍ଗେଶ ନନ୍ଦିନୀ ମହାନ୍ତି ସ୍ୱାଗତ ଭାଷଣ, ସମ୍ପାଦକ ଡାକ୍ତର ବିପିନାନନ୍ଦ ମିଶ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କର୍ଣ୍ଣେଲ ଯୋଗେଶ୍ୱର କର ଧନ୍ୟବାଦ ଅର୍ପଣ କରିଥିଲେ| ଉତ୍ସବ ସ୍ଥଳରେ ଶିକ୍ଷା କ୍ଷେତ୍ରରେ ଜୀବନ ବ୍ୟାପି ଉତ୍ସାର୍ଗୀ କୃତ ଅବଦାନ ପାଇଁ ନଳିନୀ ମହାପାତ୍ର, ସ୍ନିଗ୍ଧା ଭଟ୍ଟାଚାର୍ଯ୍ୟ ଙ୍କୁ ମନ୍ତ୍ରୀ ସଂମ୍ମାନିତ କରିବା ସହ ସ୍ମରଣିକା ଉନ୍ମୋଚନ କରିଥିଲେ|