
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲା ସ୍ତରୀୟ ସୁନାମୀ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓସଡାମା ଓ ଜିଲ୍ଲା ଜରୁରୀ ବିଭାଗ ପକ୍ଷରୁ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିବା ସହ ଅନେକ ବିପର୍ଯ୍ୟୟ ସମ୍ପର୍କରେ ଆମେ ବୈଷୟିକ ଜ୍ଞାନ ର ଉପଯୋଗ କରି ଆଗୁଆ ସୂଚନା ପାଉଥିବା ବେଳେ ଅନେକ ବିପର୍ଯ୍ୟୟ ର କୌଣସି ସୂଚନା ବିନା ଅତର୍କିତ ସମ୍ମୁଖୀନ ହେବାକୁ ପଡିଥାଏ।ତେବେ ପୂର୍ବ ପ୍ରସ୍ତୁତି ଧନ ଜୀବନ ର କ୍ଷୟକ୍ଷତି କୁ ହ୍ରାସ କରିବାରେ ସହାୟକ ହୋଇଥାଏ।ତେଣୁ ଆମେ ଉପଯୁକ୍ତ ପ୍ରଶିକ୍ଷିତ ହେବା ସହ ଅନ୍ୟ ମାନଙ୍କୁ ସଚେତନ କରିବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ।ପୁରୀ ଜିଲ୍ଲା ର ୪ ଟି ବ୍ଲକ ଅସ୍ତରଙ୍ଗ, କାକଟପୁର, ଗୋପ ଓ ବ୍ରହ୍ମଗିରି ର ୮୬ ଟି ଗ୍ରାମ ଓ ୨୩ ଟି ୱ୍ବାର୍ଡ ସୁନାମୀ ଦ୍ଵାରା କ୍ଷତିଗ୍ରସ୍ତ ଜୋନରେ ଆସୁଥିବାରୁ ସେହି ଅଞ୍ଚଳର ଲୋକ ମାନଙ୍କୁ ଅଧିକ ସତର୍କ ଓ ସଚେତନ ର ଆବଶ୍ୟକତା ସମ୍ପର୍କରେ ଶ୍ରୀ ବେହେରା ମତ ବ୍ୟକ୍ତ କରିଥିଲେ।ମାଷ୍ଟର ଟ୍ରେନର ଭାବେ ଓସଡାମା ର ଡିଜିଏମ ଅମ୍ବିକା ମିଶ୍ର
ସୁନାମୀ ର ଅର୍ଥ, ସୁନାମୀ ହେବାର କାରଣ, ନିରାକରଣ, ଉଦ୍ଧାର, ଥଇଥାନ ଓ ପୂର୍ବ ପ୍ରସ୍ତୁତି ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ।ସଚେତନ, ସତର୍କତା ଓ ଅନ୍ୟ ମାନଙ୍କୁ ସଚେତନ ସମସ୍ତ ବିପର୍ଯ୍ୟୟ କମେଇବାରେ ସାହାଯ୍ୟ କରିଥାଏ ବୋଲି ସେ କହିଥିଲେ।ପ୍ରାରମ୍ଭରେ ଜିଲ୍ଲା ଜରୁରୀ ଅଧିକାରୀ ମନୀଷା ଷଡ଼ଙ୍ଗୀ ସମସ୍ତଙ୍କୁ ସ୍ବାଗତ ସହ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।କାର୍ଯ୍ୟକ୍ରମ ରେ କ୍ଷତି ଗ୍ରସ୍ତ ଆଶଙ୍କା ଥିବା ୪ ଟି ବ୍ଲକ ର କର୍ମକର୍ତ୍ତା, ପଞ୍ଚାୟତ ଲୋକ ପ୍ରତିନିଧି, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ସ୍ବେଛାସେବୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ।ଜରୁରୀ ବିଭାଗ ର ଡିପିଓ ସୁକାନ୍ତ କୁମାର ଦାଶ ଓ ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।