
ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡାମାରି ବିଜ୍ଞାନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା କୌଶଳ ପାଇଁ ୧୨ଦିନିଆ ତାଲିମ ଶିବିର ଉଦଘାଟିତ ହୋଇଯାଇଛି। ଅଧକ୍ଷ ଇ. ପ୍ରଦୀପ କୁମାର ପାତ୍ର ପ୍ରଦୀପ ପ୍ରଜ୍ଵଳନ ସହ ଏହି ତାଲିମ ଶିବିରକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୋଡାଲ ସଂଯୋଜିକା(ଖେମୁଣ୍ଡି ମହାବିଦ୍ୟାଳୟ) ଡ଼. ହରପ୍ରିୟା ପଟ୍ଟନାୟକ ମୁଖ୍ୟ ଅତିଥି , ପୋଡାମାରି ଫାଣ୍ଡିର ଟୁକୁନା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ପରିସ୍ଥିତିରେ ଛାତ୍ରୀଙ୍କ ଆତ୍ମ ସୁରକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ସଂଯୋଜିକା ସୁଶ୍ରୀ ରଂଜିତା ପ୍ରଧାନ ଓ ଶ୍ରୀମତୀ ସୁମିତ୍ରା ଦେବୀଙ୍କ ସହ ଛାତ୍ରୀ ମାନେ ଶୃଙ୍ଖଳିତ ହୋଇ ତାଲିମ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ସତ୍ୟଶରଣ ଓ ଅଶୋକ କୁମାର ଶତପଥୀ ମଞ୍ଚାସିନ ଥିଲେ। ମାଷ୍ଟର ଟ୍ରେନର ଭାବେ ଉଷାରଣୀ ଦୋରା ଓ ଜସ୍ମୀନି ସାହୁ ଯୋଗଦେଇ ଆତ୍ମ ସୁରକ୍ଷା ନେଇ ବିଭିନ୍ନ କୌଶଳ ତାଲିମ ପ୍ରଦାନ କରିଥିଲେ। ଅଧ୍ୟାପକ ଦୁର୍ଯ୍ୟୋଧନ ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।