ବେଲଗୁଣ୍ଠା: ବେଲଗୁଣ୍ଠା ବିଜ୍ଞାନ ମହାବିଦ୍ୟାଳୟ (+୨,+୩) ତରଫରୁ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବେଲଗୁଣ୍ଠା ବିଜ୍ଞାପିତ ଅଂଚଳର ପ୍ରସିଦ୍ଧ ଦେବତା ଶ୍ରୀ ଲଷ୍ମୀ ନୃସିଂହ ମନ୍ଦିରରୁ ଛାତ୍ରଛାତ୍ରୀ ମାନେ ମସାଲଆଣି ଦୁଇ ଅଧକ୍ଷ ଯଥା ଶ୍ରୀ ଅଜିତ କୁମାର ପଟ୍ଟନାୟକ, ଡ଼. ଦେବେନ୍ଦ୍ର କୁମାର ରଥଙ୍କୁ ମସାଲ ପ୍ରଦାନ କରିବା ପରେ ଖେଳ ପଡିଆକୁ ମସାଲ ଆଣି କ୍ରୀଡା ପ୍ରତିଯୋଗିତାର ଉଦଘାଟନ କରିଥିଲେ।
ଏହି କ୍ରୀଡା ପ୍ରତିଯୋଗୀତାକୁ ପରିଚାଳନା କରିବା ପାଇଁ ଦାୟିତ୍ୱ ନେଇଥିଲେ ଅଧ୍ୟାପକ ଡ଼. ଗୁରୁମୁର୍ତି ନାୟକ, ସନ୍ତୋଷ କୁମାର ପାଣିଗ୍ରାହୀ, ଅଶୋକ କୁମାର ସ୍ୱାଇଁ, ଅଶୋକ କୁମାର ପ୍ରଧାନ, ପ୍ରଫୁଲ କୁମାର ଜେନା, ଅଜୟ କୁମାର ବିଶ୍ବାଳ, ସପନ କୁମାର ପ୍ରଧାନ, ରଞ୍ଜନ କୁମାର ପ୍ରଧାନ, ବିରଞ୍ଚି ନାରାୟଣ ଲେଙ୍କା, ହରିହର ମିଶ୍ର, ପବିତ୍ର ମୋହନ ପ୍ରଧାନ, ଏସ. ରାଜେଶ୍ୱରୀ ପୃଷ୍ଟି, ହେମନ୍ତ କୁମାର ନାୟକ, ଦୁଃଖିଶ୍ୟାମ ବେହେରା, ରାଧା ମୋହନ ଦାସ, ଦିଲୀପ କୁମାର ରେଡି, ବିଶ୍ଵନାଥ ଡାକୁଆ, ରଞ୍ଜିତ କୁମାର ସାମଲ, ପ୍ରଶାନ୍ତ କୁମାର ପ୍ରଧାନ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ। +୨ ଖେଳ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପୋଲାଇ ଓ +୩ କ୍ରୀଡା ଶିକ୍ଷକ ବିଶ୍ୱ ରଞ୍ଜନ ସ୍ୱାଇଁ ଖେଳ ଗୁଡିକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଉଦଜାପନି ଉତ୍ସବରେ ମହାବିଦ୍ୟାଳୟର ଅଧକ୍ଷ ଡ଼. ଦେବେନ୍ଦ୍ର କୁମାର ରଥ ଓ ଶ୍ରୀ ଅଜିତ କୁମାର ପଟ୍ଟନାୟକ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ସହ ଉପହାର ପ୍ରଦାନ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।