ଭୁବନେଶ୍ବର : ଗତ ୮ତାରିଖରେ କୋଟିଏରୁ ଉର୍ଦ୍ଧ ଟଙ୍କା ଠକେଇଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସଆଇଆରସି ଭିଲେଜର ବିଲ୍ଡର ଉଦୟକର ସାହୁଙ୍କୁ ଗିରଫ କରିଛି ।କେବଳ ଏତିକି ନୁହେଁ ଉଦୟ ପୂର୍ବରୁ ଏକ ଚେକ୍ ବାଉନ୍ସ ମାମଲାରେ ଗତ ବର୍ଷ ଗିରଫ ହୋଇଥିଲେ। ସେହିପରି୨୦୧୨ମସିହାରେ ଜାଲ କାଗଜ ପତ୍ର କରିଜମି ଠାକେଇ କରିଥିବା ବଡ଼ଗଡ଼ ଥାନାପୁଲିସ ପାଖରେ କରାଯାଇଥିଲା। ଏନେଇ ୧୧୩/୧୨ ଦଫା ୪୨୦ରେ ଏକ ମାମଲା କରାଯାଇଥିଲା। ଏପରି ଠକଙ୍କୁ ମହାଠକ ଘୋଷଣା କରାଯିବାକୁ ଅଭିଯୋଗକାରୀ ଦାବି କରିଥିବା ବେଳେ ଏମାନଙ୍କୁ କଡ଼ା ଦଣ୍ଡ ବିଧାନ ପାଇଁ ଓଡ଼ିଶା ସଚେତନ ପରିଷଦ ଦାବି କରିଛି। ପ୍ରକାଶ ଥାଉକି, ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତହରିପୁରର ପ୍ରମୋଦିନୀ ସାହୁ ଖଣ୍ଡଗିରିସୋମନାଥ ଭିଲାରେ ରହୁଥିଲେ । ସେନନ୍ଦନ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ଲିମିଟେଡ୍ ନାମକ ଏକ ବିଲ୍ଡର ସଂସ୍ଥାକରିଥିଲେ । ତାଙ୍କ ସହ ଉଦୟକରସାହୁଙ୍କ ପତ୍ନୀ ଅନୀତା ସ୍ୱାଇଁ ପାର୍ଟନରଥିଲେ । ଉଦୟକର ମଧ୍ୟ ନୂଆପଲ୍ଲୀରେପୁରୁଷୋତ୍ତମ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ଲିମିଟେଡ୍ ନାମରେ ଅନ୍ୟ ଏକ ବିଲ୍ଡରସଂସ୍ଥା କରିଥିଲେ । ୨୦୦୭ ମସିହାରୁଅନୀତା ସ୍ୱାଇଁଙ୍କ ଜାଲ୍ ଦସ୍ତଖତ କରିନନ୍ଦନ କମ୍ପାନି ଟଙ୍କାକୁ ଆତ୍ମସାତ କରିବାଆରମ୍ଭ କରିଥିଲେ । ଏପରିକି ଗ୍ରାହକଙ୍କଠାରୁ ମଧ୍ୟ ଟଙ୍କା ନେଇ ହଡ଼ପ କରିଦେଇଥିଲେ । କେବଳ ଏତିକି ନୁହେଁ,ନନ୍ଦନ ଇନ୍ଫ୍ରାଷ୍ଟ୍ରକ୍ଚର ଆକାଉଣ୍ଟ,ପ୍ରମୋଦିନୀ ସ୍ୱାମୀଙ୍କ ଆକାଉଣ୍ଟ ଓପୁରୁଷୋତ୍ତମ ଇନ୍ଫ୍ରାଷ୍ଟ୍ରକ୍ଚରଆକାଉଣ୍ଟରୁ ମଧ୍ୟ ଟଙ୍କା ଟ୍ରାନ୍ସଫର କରିନେଇଥିଲେ । ପ୍ରାୟ ୧ କୋଟି ୧୧ ଲକ୍ଷଟଙ୍କା ସେ ଆତ୍ମସାତ କରି ଦେଇଥିଲେ । ଏହା ଜାଣିବା ପରେ ପ୍ରମୋଦିନୀଅନୀତାଙ୍କୁ ଟଙ୍କା ଫେରସ୍ତ ମାଗିଥିଲେ ।କିନ୍ତୁ ସେ ଆଉ ଧରାଛୁଆଁ ଦେଇ ନଥିଲେ ।ବାରମ୍ବାର ଟଙ୍କା ଫେରସ୍ତ ମାଗିବାରୁଉଦୟକର ପ୍ରମୋଦିନୀଙ୍କୁ ଧମକଚମକଦେଇଥିଲେ । ଏନେଇ ପ୍ରମୋଦିନୀ ୨୦୧୭ଜୁଲାଇ ୧୭ରେ ନୂଆପଲ୍ଲୀ ଥାନାରେଅଭିଯୋଗ କରିଥିଲେ । ପୁଲିସ ଏକମାମଲା ରୁଜୁକରି ତଦନ୍ତ ଚଳାଇଥିଲା ।ପୂର୍ବରୁ ଏହି ଠକେଇରେ ସଂପୃକ୍ତପୁରୁଷୋତ୍ତମ ଇନ୍ଫ୍ରାଷ୍ଟ୍ରକ୍ଚରରକର୍ମଚାରୀ ଜିତନ କୁମାର ସାହୁ ଓ ଅମୀୟସ୍ୱାଇଁ ଗିରଫ ହୋଇଥିଲେ । ତେବେ ଉଦୟ ଫେରାର୍ ଥିଲେ । ଉଦୟକରଙ୍କୁପୁଲିସ ଗତ ୮ତାରିଖ ରାତିରେ ଗିରଫକରି କୋର୍ଟ ଚାଲାଣ କରିଛି । ଅନୀତାସ୍ୱାଇଁ ଏବେ ଫେରାର୍ ଥିବା ନୂଆପଲ୍ଲୀଥାନା ଅଧିକାରୀ ଅରୁଣ କୁମାର ସ୍ୱାଇଁକହିଛନ୍ତି । ସେହିପରି ୨୦୧୨ମସିହାରେ ଜାଲ କାଗଜ ପତ୍ର କରି ଜମି ଠାକେଇକରିଥିବା ଅଭିଯୋଗର ବଡ଼ଗଡ଼ ଥାନାପୁଲିସ ପାଖରେ କରାଯାଇଥିଲା। ହୃଦୟଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ ଜଣେ ମହିଳା। ଶ୍ରୀଲିଙ୍ଗରାଜ ଥାନା ନାଗେଶ୍ବର ଟାଙ୍ଗି ପ୍ଲଟ୍ ନଂ ୨୧୩୨/୪୭୩୫ରେ ରହୁଥିବା ରେଣୁବାଳା ବୖରିଶାଲଙ୍କ ଶଶୁରଙ୍କ ୧୦କୋଟି ଟଙ୍କାର ସମ୍ପତି ଜାଲ କାଗଜପତ୍ର ନକଲି ଜମି ମାଲକି ସାହାର୍ଯ୍ୟରେ ଉଦୟ ଠକି ନେଇଥିଲେ ବୋଲି ଶ୍ରୀମତି ବୖରିଶାଲ ବଡ଼ଗଡ଼ ଥାନାରେ ସେତେବେଳେ ଅଭିଯୋଗ କରିଥିଲେ। ବଡ଼ଗଡ଼ରୁ ଥାନା ନ୍ୟାୟ ନମିଳିବାରୁ ମହିଳା ଜଣକ ଡିସିପିଙ୍କ ପାଖରେ ଅଭିଯୋଗ କରିଥିଲେ। ହେଲେ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କଲା ନାହିଁ। ଉଦୟ ଅବିକଳ ନକଲିପରିଚୟପତ୍ର ଦେଖାଇ ସବ୍ରେଜେଷ୍ଟ୍ରୀରେଖଣ୍ଡଗିରି ଅଞ୍ଚଳର ସ୍ଥାବର ଓ ଅସ୍ଥାବର ଜମିକୁ ବିକ୍ରୀ କରାଇଥିଲା । ତେବେ ଏନେଇ ନ୍ୟାୟ ମିଳିନାହିଁ ବୋଲି ଶ୍ରୀମତି ବୖରିଶାଲ କହିଛନ୍ତି। ଏପରି ଲୋକଙ୍କୁ ମହାଠକ ଘୋଷଣା କରି ମୋତେ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଶ୍ରୀମତି ବୖରିଶାଲ ନିବେଦନ କରିଛନ୍ତି। ସେହିପରି ଜମି ଠକେଇ କରି ବିଭିନ୍ନ ଲୋକଙ୍କୁ ସର୍ବଶାନ୍ତ କରୁଥିବା ଦୃର୍ବତ୍ତଙ୍କୁ କଡ଼ା ଦଣ୍ଡ ବିଧାନ କରାନଗଲେ ଧାରଣା ଦିଆଯିବ ବୋଲି ଓଡ଼ିଶା ସଚେତନ ପରିଷଦ ପକ୍ଷରୁ ଚେତାବନୀ ଦିଆଯାଇଛି।
ରେଣୁବାଳା ବୈରିଶାଲ : ୮୬୩୭୨୦୦୫୫