
-
୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,୧୫ ଅକ୍ଟୋବର ୨୦୨୫ରିଖ, ବୁଧବାର କାର୍ତ୍ତିକ କୃଷ୍ଣ ନବମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ ।ଏହି ବନକ ଲାଗି ଵା ମହାପ୍ରଭୁ ଙ୍କ ଶ୍ରୀମୁଖ ଶୃଙ୍ଗାର ମହାପ୍ରଭୁ ଙ୍କ ସେବକ ଦତ୍ତ ମହାପାତ୍ର ଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ |ମହାପ୍ରଭୁଙ୍କ ଶୃଙ୍ଗାର ପାଇଁ ହିଙ୍ଗୁଳ, କର୍ପୁର, କେଶର, କଇଁଥ ଅଠା,ପ୍ରାକୃତିକ ଉପାୟରେ ପ୍ରସ୍ତୁତ କଳା ଇତ୍ୟାଦି ବ୍ୟବହୃତ ହୋଇଥାଏ |ଏହି ନୀତି ମହାପ୍ରଭୁ ଙ୍କ ଗୁପ୍ତ ନୀତି ମଧ୍ୟରୁ ଅନ୍ୟତମ |ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି|