
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ପବିତ୍ର କାର୍ତ୍ତିକ ମାସ ଅବସରରେ ଶ୍ରୀ ଜଗନ୍ନାଥ ଧାମ ପୁରୀକୁ ହଜାର ହଜାର ଭକ୍ତ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଆସୁଛନ୍ତି । ଭକ୍ତମାନଙ୍କ ସୁବିଧା, ସୁରକ୍ଷା ଓ ସେବା ସୁବ୍ୟବସ୍ଥା ନିମନ୍ତେ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ସୁଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି ।ଏହି ପରିପ୍ରେକ୍ଷିରେ, ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ଙ୍କ ନିର୍ଦେଶରେ ସିଂହଦ୍ୱାର ଥାନା ଅଧିକାରୀ ଶ୍ରୀମତୀ ଶ୍ୱେତପଦ୍ମା ଦାଶଙ୍କ ନେତୃତ୍ୱରେ ରବିବାର ଶ୍ରୀଜଗନ୍ନାଥ ଦର୍ଶନ ସମୟରେ ଭକ୍ତମାନଙ୍କୁ ଦହି ପାଣି ସେବା ପ୍ରଦାନ କରାଯାଇଛି । ଏହା ମାଧ୍ୟମରେ ଦର୍ଶନ ପାଇଁ ଦଣ୍ଡାୟମାନ ଭକ୍ତମାନେ ସୁସ୍ଥି ଓ ସତେଜତା ଅନୁଭବ କରିପାରିଲେ ।ପୁରୀ ପୋଲିସ ପକ୍ଷରୁ ଏହି ପ୍ରୟାସ ଭକ୍ତ ସେବା ଓ ମାନବିକ ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେଇ ସାଧାରଣ ଲୋକଙ୍କ ସହିତ ନିକଟ ସମ୍ପର୍କ ସ୍ଥାପନ କରିବାର ଏକ ଉଦ୍ୟମ ।ପୁରୀ ପୋଲିସ ନିରନ୍ତର ଭାବରେ ‘ସେବା, ଶାନ୍ତି ଓ ଶୃଙ୍ଖଳା’ ପାଇଁ ପ୍ରତିବଦ୍ଧ ବୋଲି ପୁରୀ ପୋଲିସ ପକ୍ଷରୁ କୁହାଯାଇଛି |