
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
କନ୍ୟା ପରିବାରର ଲକ୍ଷ୍ମୀ, ଶିକ୍ଷା ଓ ସମୃଦ୍ଧିର ବାର୍ତ୍ତାବହ । ପୁଅଙ୍କ ଠାରୁ ଝିଅ କୌଣସି ଗୁଣରେ କମ୍ ନୁହନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ସଦଭାବନା ସଭାଗୃହରେ ଅନୁଷ୍ଠିତ ଆର୍ନ୍ତଜାତୀୟ କନ୍ୟା ସନ୍ତାନ ଦିବସ ସଭାରେ ଅତିଥି ମାନେ ଏଭଳି ମତ ଦେଇଛନ୍ତି । ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ଅଜିତି କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ପୁଅ ଝିଅଙ୍କ ମଧ୍ୟରେ ଭେଦ ଭାବ ରହିବା ଉଚିତ ନୁହେଁ । ଏଥିନେଇ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ହୋଇଛି | ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ କନ୍ୟା ସନ୍ତାନଙ୍କ ସୁରକ୍ଷା ପାଇଁ ଆହ୍ଵାନ କରିଥିଲେ । ସେମାନଙ୍କ ପାଇଁ ରହିଥିବା ସରକାରୀ ଯୋଜନ ଗୁଡିକ ସମ୍ପର୍କରେ ସେ ସୂଚନା ଦେଇଥିଲେ । କିଶୋରୀଙ୍କୁ ନେଇ ଗୀତ ,ନାଚ,ପ୍ରଶ୍ନ ଉତ୍ତର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେଥିରେ କୃତିତ୍ଵ ଅର୍ଜନ କରିଥିବା ୧୦ ଜଣ କିଶୋରୀ ବଳିକ।ଙ୍କୁ ପୁରସ୍କୃତ କରାଯାଇଛି । ଏତଦ ବ୍ୟତୀତ ବର୍ତ୍ତମାନ ପୁରୀସ୍ଥିତ ୱାନ ଷ୍ଟପ୍ ସେଣ୍ଟରରେ କାର୍ଯ୍ୟରତ ବିଜୟଲକ୍ଷ୍ମୀ ବଡଜେନା ସାମାଜିକ ସେବାରେ ଦୀର୍ଘ ୩୩ ବର୍ଷ ଧରି କାର୍ଯ୍ୟକରି ଆସୁଥିବା ପ୍ରତିଷ୍ଠିତ ସମାଜ ସେବିକା ଭାବରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଣିଙ୍କ ଦ୍ଵାର। ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ସଭାରେ ଅଧ୍ୟକ୍ଷତା କରିଥିଲେ । ବାଲ୍ୟବତୀ ମହାନ୍ତି , ସସ୍ମିତ କର୍ମକାର , ପ୍ରଣତୀ ମହାନ୍ତି , ବିଦ୍ୟାଧର ମଲ୍ଲିକ , ରଶ୍ମୀରଞ୍ଜନ ନାୟକ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଅଧିକାରୀ ସୁହାଗୀ ହେମ୍ବ୍ରମ୍ ଧନ୍ୟବାଦ ଅର୍ପଣ କରିଥିଲେ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ , ଅଙ୍ଗନବାଡି କର୍ମୀ ଓ ମହିଳା ଗୋଷ୍ଠୀ କର୍ମକର୍ତ୍ତା ସେଥିରେ ଯୋଗ ଦେଇଥିଲେ ।