
-
୮୦ ଜଣ ଜୁଆ ଖେଳରେ ଜଡିତ ଅପରାଧି ଗିରଫ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଏସ୍ପିଙ୍କ ନିର୍ଦେଶକ୍ରମେ ଅପରେଶନ ଚକ୍ର ଅଭିଯାନରେ ଜୁଆ ଖେଳ ଉପରେ ଦୃଢ଼ କାର୍ଯାନୁଷ୍ଠାନ ଜାରି ରହିଛି। ଏହି ଅଭିଯାନରେ ସମୁଦ୍ରକୁଳ ଥାନା ପୋଲିସ ଦ୍ୱାରା ହୋଟେଲ ଶୁଭମ ବିଚ ରେ ଚଢ଼ାଉ କରାଯାଇ ମୋଟ ୬ ଜଣ ଜୁଆଡିଙ୍କୁ ଗିରଫ୍ କରାଯାଇ ୯୦, ୫୦୦ ନଗଦ ଟଙ୍କା ସହ ଖେଳ ସାମଗ୍ରୀ ଜବତ କରାଯାଇଛି।
ପୁରୀ ଜିଲ୍ଲାରେ ଏହି ବର୍ଷ ମୋଟ ୧୭ ଟି ମାମଲା ରୁଜୁ ହୋଇଛି |ସେଥିମଧ୍ୟରୁ —ସମୁଦ୍ରକୁଳ ଥାନାରେ ୨ ଟି,ଚନ୍ଦନପୁର ଥାନାରେ ୩ ଟି,ଟାଉନ ଥାନା ରେ ୧ ଟି,ସଦର ଥାନାରେ ୬ ଟି,ସତ୍ୟବାଦୀ ଥାନାରେ ୨ ଟି,ବାସେଳୀସାହି ଥାନାରେ ୧ ଟି ଓ
ଚାରିଛକ ଥାନାରେ ୨ ଟି ମାମଲା ରୁଜୁ କରାଯାଇଛି।
ମୋଟ ୮୦ ଜଣ ଜୁଆ ଖେଳରେ ଜଡିତ ଅପରାଧିଙ୍କୁ ଗିରଫ୍ କରି ୫ ଲକ୍ଷ ୯୧ ହଜାର ୨୪୦ ଟଙ୍କା ଯବତ୍ କରାଯାଇଛି।
ଜନସାଧାରଣ ଯଦି ନିଜ ଅଞ୍ଚଳରେ ଏପରି ଜୁଆ ଖେଳ ଚାଲୁଥିବା ଦେଖନ୍ତି, ତେବେ ୧୧୨ ନମ୍ବର ରେ କଲ୍ କରନ୍ତୁ କିମ୍ବା ନିକଟସ୍ଥ ଥାନାକୁ ଜଣାଇବା ପାଇଁ ପୋଲିସ ନିବେଦନ କରିଛି ଏବଂପୁରୀ ପୋଲିସ ଅପରାଧ ଦମନ ଓ ସମାଜରେ ଶାନ୍ତି-ଶୃଙ୍ଖଳା ରକ୍ଷା ପାଇଁ ସଦା ପ୍ରତିବଦ୍ଧ ବୋଲି ସୂଚନା ପ୍ରଦାନ କରିଛି।