
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ପୋଲିସ ଦ୍ୱାରା ସୋସିଆଲ ମିଡିଆ ମାଧ୍ୟମରେ ପ୍ରାପ୍ତ ସୂଚନାର ଯାଞ୍ଚ କରାଯାଇଥିବା ବେଳେ ଜଣେ ବ୍ୟକ୍ତି ସାର୍ବଜନୀନ ସ୍ଥାନରେ ମଦ୍ୟପାନ କରି ଅନ୍ୟମାନଙ୍କୁ ଅସୁବିଧା ସୃଷ୍ଟି କରୁଥିବା ବିଷୟ ନଜରକୁ ଆସିଥିଲା।ଉକ୍ତ ବ୍ୟକ୍ତିଙ୍କ ନାମ ସନ୍ତୋଷ କୁମାର @ ବାବୁଲା ସତପଥୀ (ବୟସ-୪୮), ପିତାଙ୍କ ନାମ ବାଞ୍ଛାନିଧି ସାତପଥୀ ବାସେଳୀ ସାହି ଥାନା ଅଧୀନ ମାର୍କଣ୍ଡେଶ୍ୱର ସାହି ବାସିନ୍ଦା| ସେ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ମାର୍ଗ ତଥା ସାର୍ବଜନୀନ ସ୍ଥାନରେ ଅସଭ୍ୟ ଆଚରଣ କରୁଥିଲେ ଭିଡିଓ ମାଧ୍ୟମରେ ପ୍ରମାଣିତ ହୋଇଛି |ଏଥିସହିତ ସେ ମଦ୍ୟପାନ ମଧ୍ୟ୍ୟ କରିଥିଲେ ।ଏହା ସମ୍ବନ୍ଧରେ ଉପରୋକ୍ତ ବ୍ୟକ୍ତି ବିରୋଧରେ କେଶ କରାଯାଇ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।