
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ରାଜ୍ୟସ୍ତରୀୟ ସମ୍ମିଳିତ ଲେଖକ ମଞ୍ଚ ଓଡ଼ିଶା ଓ ସମତା ସାହିତ୍ୟ ସମିତିର ମିଳିତ ଆନୁକୂଲ୍ୟରେ ନବରାତ୍ରି ଶୀର୍ଷକ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର କୁଳମଣି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଲଷ୍ମୀ ପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଅତିଥି ଭାବେ ଶ୍ରୀଜଗନ୍ନାଥ ଙ୍କ ଚୁନେରା ସେବକ ଡାକ୍ତର ଶରତ କୁମାର ମହାନ୍ତି ଯୋଗ ଦେଇ କହିଲେ ଭାରତ ବର୍ଷରେ ଯେତେ ଶକ୍ତି ପୀଠ ରହିଛି ତନ୍ମଧ୍ୟରେ ଶ୍ରୀକ୍ଷେତ୍ର ଏକ ସ୍ୱତନ୍ତ୍ରତା ବହନ କରେ l ପ୍ରତେକ ସ୍ଥାନରେ ନବରାତ୍ରି ସମୟରେ ନବଦୁର୍ଗା ଙ୍କୁ ଆରାଧନା କରାଯାଉଥିବା ବେଳେ ଶ୍ରୀକ୍ଷେତ୍ରରେ ଦୁର୍ଗା ଏବଂ ମାଧବ ଙ୍କୁ ଏକତ୍ର ଉପାସନା କରାଯାଏ l ଏହାକୁ ଦୁର୍ଗାମାଧବ ଉପାସନା ବା ଶାକ୍ତ ଗୁଣ୍ଡିଚା କୁହାଯାଏ l ବିଜୟା ଦଶମୀ (ଦଶହରା) ଦିନ ଦେବୀଙ୍କୁ ପ୍ରଦାନ କରାଯାଇଥିବା ଦିବ୍ୟ ଆୟୁଧ ମାନେ ମହାପ୍ରଭୁଙ୍କ ରାଜାଧି ରାଜେ ରାଜେଶ୍ୱର ବେଶରେ ଶ୍ରୀହସ୍ତରେ ପ୍ରଦାନ କରାଯିବା ସହିତ ମା ସୁଭଦ୍ରାଙ୍କ ର କର୍ଣ୍ଣ ଅଳଙ୍କାର ତଡ଼ାଗି ମଧ୍ୟ ଲାଗି କରାଯାଏ l ଏହାପରେ ଦୁର୍ଗାମାଧବ, ମଦନମୋହନ ଏବଂ ରାମକୃଷ୍ଣ କୃଷ୍ଣ ବୀର ବେଶରେ ସଜ୍ଜିତ ହୋଇ ନିଜ ନିଜର ବିମାନ ଆରୋହଣ ପୂର୍ବକ ବଡ଼ ଦେଉଳକୁ ଗୋଟିଏ ଥର ପ୍ରଦକ୍ଷଣ କରି ଦଶହରା ପଡିଆକୁ ବା ମହାଖଳାକୁ ବିଜେ କରନ୍ତି l ସେଠାରେ ଶୀତଳ ଭୋଗ ସମାପନ ପରେ ବଡ଼ ଦେଉଳକୁ ବାହୁଡା଼ ବିଜେ କରନ୍ତି ବୋଲି ମତ ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନୀଜୀବୀ ପୁଷ୍କର ମହାପାତ୍ର, ଡ ପ୍ରମୋଦ କୁମାର ଦଳାଇ, ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା, ଶିକ୍ଷାବିତ୍ ସୁଚରିତା ପ୍ରତିହାରୀ, ନିର୍ମଳା ଫାତେସିଂ, ଡକ୍ଟର ଦିଲ୍ଲୀପ ସେନାପତି ପ୍ରମୁଖ ମଞ୍ଚାସିନ ଥିଲେ l ପ୍ରାରମ୍ଭରେ ସାମ୍ବାଦିକ ଲଷ୍ମୀ ନାରାୟଣ ପଟ୍ଟନାୟକ ଆଲୋଚନା ଚକ୍ର ର ଆଭିମୁଖ୍ୟ ବର୍ଣ୍ଣନା କରିଥିଵା ବେଳେ ସନ୍ଦୀପ କର୍ମକାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ଆଲୋଚନା ଚକ୍ରରେ ପଣ୍ଡିତ ସଦାଶିବ ମିଶ୍ର, ଅଧ୍ୟାପକ ଅଶୋକ କୁମାର ମିଶ୍ର, ଶିକ୍ଷାବିତ ସୁନନ୍ଦା ମହାନ୍ତି, ପ୍ରଭାତ ଚନ୍ଦ୍ର ରଥ, ଶିକ୍ଷାବିତ ଦୀପ୍ତି ମିଶ୍ର, ବିପିନ ବିହାରୀ ଦଳାଇ, ଗୋଲକ ଚନ୍ଦ୍ର ଜେନା , ପ୍ରଶାନ୍ତ କୁମାର ଦାସ, ସତ୍ୟଭାମା ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ପରିଶେଷରେ ଅଧିବକ୍ତା ଭାଗବତ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।