
କେନ୍ଦୁଝର – କେନ୍ଦୁଝର ଜିଲ୍ଲାର ଜିଲ୍ଲାର କାଶ୍ମିର ବୋଲି କୁହାଯାଉଥିବା କାଂଜିପାଣି ଘାଟିରେ ଯାତ୍ରା ବାହୀ ବସ ଓଲଟି ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀ ମାନଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ଭର୍ତି କରାଯାଇଛି । ବିଜୁ ଗାଁ ଯାତ୍ରୀବାହୀ ବସ ଟି କେନ୍ଦୁଝର ରୁ କରଦାଙ୍ଗି ଅଂଚଳକୁ ଯାଉଥିବା ବେଳେ ଠିକ୍ କାଞିପାଣି ଘାଟି ଉପରେ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କାଞିପାଣି ଘାଟି ଓହ୍ଲାଇଲା ବେଳକୁ ଯାତ୍ରୀବାହୀ ବସ ଟିର ହଠାତ ବ୍ରେକ ଫେଲ ହୋଇଥିଲା । ଫଳରେ ବସଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା । ବସରେ ଥିବା ଯାତ୍ରାମାନେ ଆହତ ହୋଇଥିଲେ ମଧ୍ୟ ସୁରକ୍ଷିତ ରହିଛନ୍ତି । କାଞିପାଣି ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଛନ୍ତି । ଅନ୍ୟ ପକ୍ଷରେ ବସ ଓଲଟି ଥିବା ରାସ୍ତାଟି ଜାତୀୟ ରାଜପଥ ର ମାନ୍ୟତା ହାସଲ କରିଥିଲେ ମଧ୍ୟ ଉକ୍ତ ରାଜପଥର ଅବସ୍ଥା ଅନେକ ସ୍ଥାନରେ ଯାତାୟତ ଉପଯୋଗୀ ହୋଇ ରହିନାହିଁ । ଯେଉଁଥିପାଇିଁ ଅନେକ ସମୟରେ ଦୁର୍ଘଟଣା ମାନ ଘଟିବା ସହ ଜନ ଧନ ହାନି ହେଉଅଛି ।