ଭୁବନେଶ୍ୱର– ଆସନ୍ତାକାଳି (ମଙ୍ଗଳବାର) ଠାରୁ ୩ ଦିନିଆ ବିମସଟେକ୍ ର ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କାର୍ଯ୍ୟକ୍ରମ ରାଜ୍ୟରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ଏକ ହୋଟେଲରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିବେ । ସେହିପରି ୧୨ ତାରିଖ ଦିନ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ପୁରୀ ରାମଚଣ୍ଡୀ ଠାରେ ଫିଲ୍ଡ ଟ୍ରେନିଂ ଅଭ୍ୟାସର ଶୁଭାରମ୍ଭ କରିବେ ବୋଲି ଏନଡିଆରଏଫ୍ ଡିଜି ସତ୍ୟ ନାରାୟଣ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏଥିେ;ର ୫ ଟି ଦେଶର ପ୍ରତିନିଧିମାନେ ଯୋଗ ଦେବେ । ଏହି ଦେଶ ଗୁଡିକ ହେଲା ଭାରତ , ମିଆଁମ୍ୟାର , ଶ୍ରୀଲଙ୍କା, ନେପାଳ ଓ ବଙ୍ଗଳାଦେଶ । ଭୂଟାନ ଓ ଥାଇଲାଣ୍ଡ ଏଥିରେ ଭାଗ ନେଉ ନାହାନ୍ତି ।