
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ୨୭ ସେପ୍ଟେମ୍ବର ୨୦୨୫ ଶନିବାର ଦିନ ପୁରୀ ରେଳଷ୍ଟେସନ ସମ୍ମୁଖରେ ଆଶ୍ବସ୍ତି ଫାଉଣ୍ଡେସନ ଟ୍ରଷ୍ଟର କର୍ମକର୍ତା ମାନେ ପର୍ଯ୍ୟଟକ ମାନଙ୍କୁ ପୁଷ୍ପ ଦେଇ ସଂମ୍ମାନ ଓ ଶୃଙ୍ଖଳିତ ଭାବେ ଏହି ଦିବସ କୁ ପାଳନ କରିଛନ୍ତି l ହଜାରରୁ ଉର୍ଦ୍ଧ ଭକ୍ତ ଓ ଆଗନ୍ତୁକ ଯାତ୍ରୀ ମାନଙ୍କୁ ସଂଘର କର୍ମକର୍ତାମାନେ ଜୟ ଜଗନ୍ନାଥ ଧ୍ୱନି ସହ ପ୍ରଣାମ ଜଣାଇ ପର୍ଯ୍ୟଟକ ମାନଙ୍କୁ ଅତିଥି ସତ୍କାର ପ୍ରଦାନ କରିଥିଲେ l ଅତିଥି ଦେବୋ ଭବ ବାକ୍ୟର ପୂର୍ଣ୍ଣ ପରାକାଷ୍ଠା ସଂଘର କର୍ମକର୍ତା ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ସ୍ପଷ୍ଟ ଦେଖିବାକୁ ମିଳିଥିଲା l
ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଜି. ଆର୍.ପି ର ଆରକ୍ଷୀ ଅଧିକାରୀ ସନ୍ତୋଷ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପର୍ଯ୍ୟଟକ ମାନଙ୍କୁ ସ୍ୱାଗତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଆଇନଜୀବୀ ଦୀପକ କୁମାର ପଣ୍ଡା ମୁଖ୍ୟ ଅତିଥିଙ୍କୁ ପୁଷ୍ପ ଗୁଛା ପ୍ରଦାନ କରି ସମ୍ମାନିତ କରିଥିଲେ। ଏହା ପରେ ସଂଘର ସଂପାଦିକା ଗିରିଜା ମଞ୍ଜରୀ ପଣ୍ଡାଙ୍କ ତତ୍ତ୍ଵାବଧାନରେ ରାଜଶ୍ରୀ କହ୍ନର, ମଦନ ମୋହନ ହୋତା, ରାଧାକାନ୍ତ ଦାସ, ସତ୍ୟ ରଞ୍ଜନ ସାହୁ, ସଂଘମିତ୍ରା ପଣ୍ଡା, ବୈକୁଣ୍ଠ ମହାନ୍ତି, ରୋଷ୍ନୀ ପାଢ଼ୀ, ସଂଯୁକ୍ତା ପ୍ରଧାନ ଏବଂ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସଂଘର ସଦସ୍ୟା ମୋନାଲିସା ଶ୍ରୀଚନ୍ଦନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମର ପରିସମାପ୍ତି କରିଥିଲେ l