
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଭାରତୀୟ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡଗେ ଙ୍କ ଅନୁମୋଦନ କ୍ରମେ ସଙ୍ଗଠନ ସୃଜନ ଅଭିଯାନ ଜରିଆରେ ଓଡ଼ିଆ ର ୩୫ ଗୋଟି ସାଙ୍ଗଠନିକ ଜିଲ୍ଲା ରେ ଜିଲ୍ଲା ସଭାପତି ନିଯୁକ୍ତ ପ୍ରକ୍ରିୟା ର ଅନ୍ତ ଘଟିଛି । ଏଆଇସିସି ସାଙ୍ଗଠନିକ, ସାଧାରଣ ସମ୍ପାଦକ କେ. ସି ଭେନୁଗୋପାଲ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସମସ୍ତ ଜିଲ୍ଲା ସଭାପତି ମାନଙ୍କ ତାଲିକା ପ୍ରକାଶ କରିଛନ୍ତି । ସେହି କ୍ରମରେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ପାଇଁ ଜିଲ୍ଲା ସଂଯୋଜକ ଥିବା ଇଂ ରାଜେଶ କୁମାର ମିଶ୍ର ଙ୍କୁ ପୁରୀ ଜିଲ୍ଲା ଭଳି ଏକ ଗୁରୁତ୍ବପୂର୍ଣ୍ଣ ଜିଲ୍ଲା ର ଜିଲ୍ଲା ସଭାପତି ରୂପେ ଅବସ୍ଥାପିତ କରିଛନ୍ତି ।