
ଗଂଜାମ, ଗଂଜାମ ଜିଲାର ଅନ୍ୟତମ ଶକ୍ତି ପୀଠ ପିତ୍ତଳ ପୂର୍ବ ଖଣ୍ଡ ମାଁ ଫୁଲକେଶନୀ ମନ୍ଦିରରେ ନବରାତ୍ରୀ ପୂଜା ଉତ୍ସବ ପାରଂପାରିକ ରିତିନୀତିରେ ଅନୁଷ୍ଠିତ ହେଉଛି ।ମାଁଙ୍କୁ ସୁନାରୂପା ଅଳକାଂରରେ ଆଭୂଷିତ କରାଯାଉଛି । ମାଁ ଦର୍ଶନ ପାଇଁ ସକାଳ ସଂଧ୍ୟା ଓ ଆରତୀ ସମୟରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଅନେକ ଭକ୍ତ ଅଖଣ୍ଡ ପ୍ରଦୀପ ପ୍ରଜ୍ଜ୍ଵଳିତ କରି ମାଁଙ୍କ ଆଶିଷ ଭିକ୍ଷା କରୁଛନ୍ତି। ବିଜୟା ଦଶମୀ ତିଥିରେ ଏହି ନବରାତ୍ରୀ ପୂଜା ଉଦଯାପିତ ହେବ।