
ଭୁବନେଶ୍ୱର,ବିଶିଷ୍ଟ କ୍ରୀଡ଼ାବିତ ତଥା ଭାରୋତ୍ତୋଳକ ବିଜୟ ଶତପଥିଙ୍କ ବିୟୋଗରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଶୋକ ପ୍ରକାଶ କରିଛନ୍ତି।
ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, “ଅର୍ଜୁନ ପୁରସ୍କାରପ୍ରାପ୍ତ ଭାରୋତ୍ତୋଳକ ବିଜୟ ଶତପଥିଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଠାରୁ ଆରମ୍ଭ କରି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାମାନଙ୍କରେ ଭାରୋତ୍ତଳନରେ ପଦକ ଜିତି ବିଜୟ ଶତପଥି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିଲେ। ବିଜୟ ଶତପଥିଙ୍କ ବିୟୋଗ ରାଜ୍ୟ କ୍ରୀଡ଼ା ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜ୍ଞାପନ କରୁଛି।”