
ନୂଆଦିଲ୍ଲୀ– ଦେଶବାସୀଙ୍କୁ ନବରାତ୍ରୀର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନବରାତ୍ରୀରେ ଆଜି ମାଆ ଶୈଳପୁତ୍ରୀଙ୍କ ବିଶେଷ ପୂଜାର୍ଚ୍ଚନାର ଦିନ ଅଟେ । ମୋର କାମନା ଯେ, ମାତାଙ୍କ ସ୍ନେହ ଓ ଆଶୀର୍ବାଦରେ ସମସ୍ତଙ୍କ ଜୀବନରେ ସୌଭାଗ୍ୟ ଓ ଆରୋଗ୍ୟ ପରିପୂର୍ଣ୍ଣ ହେଉ । ଆପଣ ସମସ୍ତଙ୍କୁ ନବରାତ୍ରୀର ଅତ୍ୟନ୍ତ ଶୁଭକାମନା । ସାହସ, ସଂଯମ ଓ ସଂକଳ୍ପର ଭକ୍ତିଭାବରେ ଭରା ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ନୂଆ ଶକ୍ତି ଓ ନୂଆ ବିଶ୍ୱାସ ଆଣୁ । ଜୟ ମାତା ଦି ।