
ଭୁବନେଶ୍ୱର – ଗତ ୧୫ ମାସ ମଧ୍ୟରେ ଭିଜିଲାନ୍ସ ୨୭୮ ମାମଲା ରୁଜୁ କରିଛି । ୩୪୯ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଜେପି ବିଧାୟକ ଅମର ନାୟକଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏହି ଲିଖିତ ଉତର ରଖିଛନ୍ତି। ସେମାନଙ୍କ ଠାରୁ ୯.୫୫ କୋଟି ନଗଦ ଟଙ୍କା ଜବତ ହୋଇଛି ଏବଂ ୪୪ କୋଟି ୨୨ ଲକ୍ଷ ୯୫ ହଜାର ଟଙ୍କା ବ୍ୟାଙ୍କରେ ଜମା ଅଛି। ୧୨ କୋଟି ୨୪ ଲକ୍ଷ ୨୦ ହଜାର ଟଙ୍କାର ସୁନା ଅଳଙ୍କାର ସହ ୧୩୨ କୋଟି ୯୦ ଲକ୍ଷ ୯୪ ହଜାର ୨୨୩ କୋଟି ଟଙ୍କାର ଅସ୍ଥାବର ସମ୍ପତି ଜବତ ହୋଇଛି। ସେହିଭଳି ୧୫ ମାସରେ ୧୨୪ ଜଣ ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କୁ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ କରାଯାଇଛି।