ଭୁବନେଶ୍ୱର – ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପ୍ରତି ଅଶୋଭନୀୟ ମନ୍ତବ୍ୟ ଦେବା ଏବଂ ଅଣ୍ଡାମାଡ ଧମକ ଦେଇଥିବା ଛାତ୍ର କଂଗ୍ରେସର ପୂର୍ବତନ ଆବାହକ ଇତିଶ ପ୍ରଧାନଙ୍କୁ ଗିରଫ କରିବାକୁ ଛାତ୍ର କଂଗ୍ରେସ ଦାବି କରିଛି । ଏସମ୍ପର୍କରେ ଛାତ୍ର କଂଗ୍ରେସ ପକ୍ଷରୁ କ୍ୟାପିଟାଲ ଥାନାରେ ଇତିଶଙକ୍ର ବିରୋଧରେ ଅଭିଯୋଗ କରାଯାଇଛି ।
ଅପରପକ୍ଷରେ ସଭାପତିଙ୍କ ବିରୁଦ୍ଧରେ ଏପରି ମନ୍ତବ୍ୟ ପାଇଁ ଇତିଶଙ୍କୁ ତୁରନ୍ତ ଛାତ୍ର କଂଗ୍ରେସ ଓ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ସର୍ବନିମ୍ନ ୬ ବର୍ଷ ପାଇଁ ବହିଷ୍କାର କରିବାକୁ କଂଗ୍ରେସ ଭବନରେ ଅନୁÂିତ ସାମ୍ବାଦିକ ସମ୍ମିଳୀରେ ଏଆଇସିସି ସଦସ୍ୟ ମନଷା ତ୍ରିପାଠୀ , ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ୟାସିର ନୱାଜ, ନିରଞ୍ଜନ ଦାସ, ପ୍ରସନ୍ନ ମାର୍ଥା, ଆଲୋକ କୁମାର ଦାସ ପ୍ରମୁଖ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧି ଓ ଓଡିଶା ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ସିଂହଙ୍କ ନିକଟରେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଯେ ଗତକାଲି ପୂର୍ବତନ ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ଇତିଶ ପ୍ରଧାନଙ୍କୁ ନିଖିଳ ଭାରତ ଛାତ୍ର କଂଗ୍ରେସ ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ମୋଥା ରୋହିତ୍ ଛାତ୍ର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ନିଲମ୍ବିତ କରିଛନ୍ତି । ଏହା ପୂର୍ବରୁ ଇତିଶ୍ ପ୍ରଧାନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଗଣମାଧ୍ୟମରେ ବିଷୋଦଗାର କରିଥିଲେ । ସୋମବାର ମଧ୍ୟ ଇତିଶ୍ ନିରଂଜନଙ୍କ ମୁଖା ଖୋଲିଦେବା ସହ ଅଣ୍ଡାମାଡ କରାଯିବ ବୋଲି ଧମକ ଦେଇଥିଲେ ।