
ଭୁବନେଶ୍ୱର– ନବରାତ୍ରର ପ୍ରଥମ ଦିନରୁ ଓଡିଶା ତଥା ସମଗ୍ର ଦେଶରେ ନୂତନ ଜିଏସଟି ସୁଧାର ଲାଗୁ ହେବା ଦ୍ୱାରା କେବଳ ଜିଏସଟି ହାର ବା ଟିକସରେ କମ୍ ହେବ ନାହିଁ ବରଂ ଏହା ସାଧାରଣ ଜନତାଙ୍କର ଜୀବନଯାପନରେ ଏକ ବ୍ୟାପକ ପରିବର୍ତନକାରୀ ଐତିହାସିକ ପଦକ୍ଷେପ। ରାଜ୍ୟବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ତଥା ଧନ୍ୟବାଦ ଜ୍ଞାପନ କରୁଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ସୋମବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ଚଳିତି ବର୍ଷ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଦିନ ଲାଲକିଲ୍ଲାର ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ମୋଦି ଦଶହରା, ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ଜିଏସଟି ଉପହାର ଦେବାପାଇଁ ଘୋଷଣା କରିଥଲେ । ଏହି ପରିପ୍ରେକ୍ଷୀରେ ଗତ ସେପ୍େଟମ୍ବର ୩ତାରିଖ ଦିନ ୫୬ ତମ ଜିଏସଟି ପରିଷଦ ବୈଠକରେ ସମସ୍ତ ରାଜ୍ୟର ସହମତିରେ ‘ଆଗାମୀ ପିଢୀର ଜିଏସ୍?ଟି ସୁଧାର’କୁ ଗୃହୀତ କରାଯାଇଥିଲା । ବିକଶିତ ଭାରତର ଗଠନ ପାଇଁ ଗରିବ, ନିମ୍ନ ମଧ୍ୟବିତ, ମଧ୍ୟବିତ ବର୍ଗକୁ ପ୍ରାଧାନ୍ୟ ଦେଇ ବିରାଟ ଆôର୍ଥକ ସଂସ୍କାର କରାଯାଇଛି। ଏହା କେବଳ ଦୀପାବଳି ଉପହାର ନୁହେଁ, ବରଂ ଏହା ହେଉଛି ନୂଆ ପିଢ଼ି ପାଇଁ ଏବଂ ବିକଶିତ ଭାରତର ସ୍ରଷ୍ଟାଙ୍କ ପାଇଁ ଉପହାର । ସମସ୍ତ ବର୍ଗଙ୍କୁ ଆôର୍ଥକ ସଶକ୍ତ କରିବ ‘ନୂତନ ଜିଏସ୍ଟି ସୁଧାର’ । ଦୈନନ୍ଦିନ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହ୍ରାସ ପାଇବା କାରଣରୁ ଗରିବ, ମଧ୍ୟବିତ ପରିବାରର ଖର୍ଚ୍ଚ ମଧ୍ୟ ହ୍ରାସ ପାଇବ। ଗୋଟିଏ ବର୍ଷ ଭିତରେ ‘ଆୟକର ସହ ଜିଏସ୍ଟି ଛାଡ’ ହେଉଛି ଡବଲ ଇଂଜିନ ସରକାରର ଡବଲ ଉପହାର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କର ଗତ ୧୧ବର୍ଷ ଶାସନକାଳ ମଧ୍ୟରେ ଆôର୍ଥକ ଶୃଙ୍ଖଳା ଓ ଦୁରଦର୍ଶୀ ନୀତି ପାଇଁ ଭାରତ ବିଶ୍ୱର ସବୁଠାରୁ ଦୃଢ ଓ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି ହୋଇପାରିଛି । ନୂତନ ପିଢୀର ଜିଏସ୍ଟି ସୁଧାର ଦ୍ୱାରା ପ୍ରାୟ ୨ଲକ୍ଷ କୋଟି ଟଙ୍କାର ଦେଶବାସୀଙ୍କୁ ଆôର୍ଥକ ପ୍ରୋତ୍ସାହନ ମିଳିବ ଓ ଏହା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏକ ମଜବୁତ ଶକ୍ତି ଓ ଗତି ପ୍ରଦାନ କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।
ପୂର୍ବରୁ ୧୨ ପ୍ରତିଶତ ହାରରେ ଥିବା ଜିଏସ୍ଟି ବର୍ଗର ପ୍ରାୟ ୯୯ପ୍ରତିଶତ ସାମଗ୍ରୀକୁ ୫ପ୍ରତିଶତ ହାର ଏବଂ ୨୮ ପ୍ରତିଶତ ହାରରେ ଥିବା ପ୍ରାୟ ୯୦ ପ୍ରତିଶତ ସାମଗ୍ରୀକୁ ୧୮ ପ୍ରତିଶତ ହାରକୁ କମାଇ ଦିଆଯାଇଛି । ଏଥିରେ ଉପଭୋକ୍ତାଙ୍କ ସଂଚୟ ବଢିବ, ଆବଶ୍ୟକ ସାମଗ୍ରୀର ଦର କମିବ ଓ ଦେଶୀୟ ଚାହିଦା ମଜବୁତ ହେବ । ଗରିବ, କୃଷକ, ମଧ୍ୟବିତ ଓ ଅଣୁ, କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପଗୁଡିକୁ ବହୁତ ବଡ ଆଶ୍ୱସ୍ତି ମିଳିବ । କୃଷି ଉପକରଣ, ଜଳସିଂଚନ ଯନ୍ତ୍ର, ଛୋଟ ଟ୍ରାକ୍ଟର ଭଳି ଅନେକ କୃଷି ଯନ୍ତ୍ରପାତିରେ ହାର ହ୍ରାସ କରାଯାଇ ୫ ପ୍ରତିଶତ ଜିଏସଟି ଲାଗିବାରୁ କୃଷି ଖର୍ଚ୍ଚ କମିବ । ସ୍ୱାସ୍ଥ୍ୟ ଓ ଜୀବନ ବୀମାରେ ଜିଏସ୍?ଟି ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି, କ୍ୟାନ୍ସର ସହ ଗୁରୁତର ଅନ୍ୟ ଦୂରାରୋଗ୍ୟ ଔଷଧ ଓ ମେଡିକାଲ ଉପକରଣ ପାଇଁ ସମ୍ପୂର୍ଣ୍ଣ ଭାବେ ଜିଏସ୍ଟି ଛାଡ କରାଯାଇଛି । ଏହା ଦ୍ୱାରା ସାଧାରଣ ଜନତା ଅନେକ ଲାଭାନ୍ୱିତ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି ।
ଜିଏସଟି ୨.୦ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆôର୍ଥକ ସଂସ୍କାରର ଏକ ଅଂଶବିଶେଷ ଅଟେ । ଯାହା ଦୀର୍ଘ ୧୧ବର୍ଷ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଚତୁର୍ଥ ବୃହତମ ଅର୍ଥନୀତି ଓ ସବୁଠାରୁ ଦ୍ରୁତ ଗତିରେ ବଢୁଥିବା ଅର୍ଥ ବ୍ୟବସ୍ଥା ଅଟେ । ରେକର୍ଡ ସଂଖ୍ୟକ ବିଦେଶୀ ପୁଞ୍ଜି ନିବେଶ ସହ ବ୍ୟବସାୟ ଓ ରୋଜଗାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଭିତଭୂମିରେ କ୍ରାନ୍ତିକାରୀ ପ୍ରଗତି ହୋଇଛି । ୬୦ପ୍ରତିଶତରୁ ଅଧିକ ଜାତୀୟ ରାଜପଥ ବିସ୍ତାର, ୨୦ରୁ ଅଧିକ ସହରରେ ମେଟ୍ରୋ ରେଲ୍, ୧୫୦ରୁ ଅଧିକ ଏୟାରପୋର୍ଟ, ବନ୍ଦେଭାରତ ଓ ଅମ୍ବୃତ ଭାରତ ଭଳି ଟ୍ରେନର ଆଧୁନିକରଣ ହୋଇଛି । ଡିଜିଟାଲ ଇଣ୍ଡିଆ ଓ ୟୁପିଆଇ କ୍ରାନ୍ତି ଦ୍ୱାରା ବିଶ୍ୱର ସର୍ବବୃହତ ଡିଜିଟାଲରେ ନେଣଦେଣ କରୁଥିବା ଅର୍ଥବ୍ୟବସ୍ଥା ଅଟେ । ଡିବିଟି ବା ସିଧାସଳଖ ବ୍ୟାଙ୍କ ଖାତାରେ ଜମା ଦ୍ୱାରା ମଧ୍ୟସ୍ଥି / ଦଲାଲମାନଙ୍କର ଭୂମିକାକୁ ସମାପ୍ତ କରାଯିବା ସହ ୨ଲକ୍ଷ କୋଟିରୁ ଅଧିକ ଟଙ୍କାର ରାଜକୋଷରୁ ବାଟମାରଣାକୁ ବନ୍ଦ କରାଯାଇଛି । ଆତ୍ମନିର୍ଭର ଭାରତ ଓ ପିଏଲଆଇ ଯୋଜନା ଦ୍ୱାରା ପ୍ରତିରକ୍ଷା ମୋବାଇଲ ଓ ଇଲେକ୍ଟ୍ରୋନିକ ଉତ୍ପାଦନରେ ବ୍ୟାପକ ଅଭିବୃଦ୍ଧି ଘଟିଛି । ଗରୀବ କଲ୍ୟାଣ ଯୋଜନା ଦ୍ୱାରା କୋଟି କୋଟି ପରିବାରଙ୍କର ଜୀବନର ମାନ ପରିବର୍ତିତ ହୋଇଛି । ୮୦କୋଟି ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣାରେ ରାସନ ଯୋଗାଣ, ୫୦କୋଟି ନାଗରିକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବା, କୋଟି କୋଟି ପରିବାରକୁ ଉଜ୍ଜ୍ୱଳା ଯୋଜନାରେ ରୋଷେଇ ଗ୍ୟାସ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପାଇପାରିଛନ୍ତି । ୧୪କୋଟି ଶୌଚାଳୟ ଦ୍ୱାରା ସ୍ୱଚ୍ଛତା ଓ ସମ୍ମାନଜନକ ଜୀବନଯାପନର ବ୍ୟବସ୍ଥା ହୋଇପାରିଛି । ଷ୍ଟାର୍ଟଅପ୍ ଇଣ୍ଡିଆ ଓ ମୁଦ୍ରା ଯୋଜନାରେ ଉଦ୍ୟମୀମାନଙ୍କୁ ନୂଆ ଶକ୍ତି ମିଳିଛି ଓ ଶହେରୁ ଅଧିକ ୟୁନିକର୍ଣ୍ଣ ଉଦ୍ୟୋଗୀ ଭାରତରେ ପ୍ରତିଷ୍ଠିତ ହୋଇଛନ୍ତି । କୋଭିଡ ମହାମାରୀ ପରେ ସମଗ୍ର ବିଶ୍ୱରେ ଭାରତ ସବୁଠାରୁ ଦ୍ରୁତ ଗତିରେ ନିଜର ଅର୍ଥନୀତିକୁ ସଜାଡିବାରେ ସମର୍ଥ ହୋଇଛି । ଏହି ଜିଏସଟି ସୁଧାର ଦ୍ୱାରା ଭାରତର ଅର୍ଥନୀତି ଆହୁରି ପ୍ରଗତିଶୀଳ ହେବ, ନିବେଶକମାନଙ୍କର ଭରସା ମଜବୁତ ହେବ ଏବଂ ବିକଶିତ ଭାରତ ୨୦୪୭ ତ୍ୱରିତ ବେଗରେ ଅଗ୍ରସର ହେବ । ଜିଏସଟି ୨.୦ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରିବର୍ତନଶୀଳ ନେତୃତ୍ୱର ସ୍ପଷ୍ଟ ପ୍ରମାଣ ବୋଲି ଶ୍ରୀ ସାମଲ କହିଛନ୍ତି ।
ଆଗାମୀ ପିଢୀର ଜିଏସଟି ସୁଧାର କାରଣରୁ ଓଡିଶାର କୋଟି କୋଟି କୃଷକଙ୍କର ଆୟରେ ଆଖି ଦୃଶିଆ ଅଭିବୃଦ୍ଧି ହେବ । ୧୫ ଲକ୍ଷରୁ ଉର୍ଦ୍ଧ୍ୱ କେନ୍ଦୁପତ୍ର ତୋଳାଳି ଓ ତାଙ୍କ ପରିବାର ବର୍ଗ ଆôର୍ଥକ ଦୃଷ୍ଟିରୁ ଆହୁରି ସଶକ୍ତ ହେବେ । କୋଇଲାରେ ସେସ୍ ହଟାଇ ଦିଆଯିବା ଓ ଜିଏସଟି ହାରରେ ପରିବର୍ତନ ଯୋଗୁ ଓଡିଶାର ରାଜସ୍ୱରେ ଅଭିବୃଦ୍ଧି ହେବ । ଓଡିଶା ପର୍ଯ୍ୟଟନ ଶିଳ୍ପରେ ବୈପ୍ଲବିକ ପରିବର୍ତନ ଆସିବ ଏବଂ ନିଯୁକ୍ତିର ଅପାର ସମ୍ଭାବନା ସୃଷ୍ଟି ହେବ । ସୂତା ଉପରେ ଜିଏସଟି ଦର ୧୮% ରୁ ୫% କୁ ହ୍ରାସ ଦ୍ୱାରା ଓଡିଶାର ଲକ୍ଷଲକ୍ଷ ବୁଣାକାର ଉପକୃତ ହେବେ ଓ ବିଦେଶକୁ ରପ୍ତାନି ପରିମାଣ ବୃଦ୍ଧି ପାଇବା ସହିତ ଦେଶ ପାଇଁ ବୈଦେଶିକ ମୁଦ୍ରା ଆଣିବାରେ ସହାୟକ ହେବ । ଜିଏସଟି ସୁଧାର ଲାଭ ଓଡିଶାକୁ ସବୁଠାରୁ ପ୍ରଭାବୀ ଢଙ୍ଗରେ ମିଳିବ ଓ ଓଡିଶାର ଯୁବକ ମାନଙ୍କ ପାଇଁ ଏହା ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।
୭୮ ବର୍ଷ ପୂର୍ବେ ଆମକୁ ବିଦେଶୀ ଶାସନରୁ ମୁକ୍ତି ମିଳିଥିଲା, କିନ୍ତୁ ବିଦେଶୀ ଦ୍ରବ୍ୟରୁ ମୁକ୍ତ ହେବା ପାଇଁ ଆଜି ସମୟ ଆସିଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଦ”ଆମେ ସ୍ୱଦେଶୀ କିଣିବା, ସ୍ୱଦେଶୀ ବିକିବା’ ରେ ସାମିଲ ହେବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ଓଡିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ଏହି ଅବସରରେ ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଏବଂ ସାମାଜିକ ଗଣମାଧ୍ୟମ ସଂଯୋଜକ ଉମାକାନ୍ତ ପଟ୍ଟନାୟ କପ୍ରମୁଖ ଉପସ୍ଥିତ ଥିଲେ ।