
-
ସ୍ୱୟଂସହାୟକ ଗୋଷ୍ଠୀ, ଯୁବବର୍ଗ, ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସହଯୋଗରେ
-
ଲଗାଗଲା ୩୫ରୁ ଊଦ୍ଧ୍ୱର୍ ଲକ୍ଷ ଚାରା
ଭୁବନେଶ୍ୱର,ରାଜ୍ୟସ୍ତରୀୟ ଚାରାରୋପଣ ଅଭିଯାନ ‘ଏକ ପେଡ଼ ମା କେ ନାମ ୨.୦’ରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ୩୫ ଲକ୍ଷରୁ ଊଦ୍ଧ୍ୱର୍ ଚାରା ରୋପଣ କରାଯାଇଛି । ରାଜ୍ୟସ୍ତରୀୟ ଚାରାରୋପଣ ଲକ୍ଷ୍ୟ ପୂରଣରେ ଏହା ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନକୁ ସ୍ମରଣୀୟ କରିବା ସହ ପ୍ରକୃତିର ସଂରକ୍ଷଣ ଦିଗରେ ଏହି ଅଭିଯାନ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ବିଭାଗର ଏପରି ପ୍ରୟାସକୁ ସ୍ୱାଗତ କରିବା ସହ ସହଯୋଗ ନିମନ୍ତେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିଭାଗର ଏହି ସଫଳତାକୁ ଗୋଷ୍ଠୀ-ନେତୃତ୍ୱାଧୀନ ପରିବେଶ ଅଭିଯାନରେ ଐତିହାସିକ ମାଇଲଖୁଣ୍ଟ ଭାବେ ସ୍ୱୀକୃତି ମିଳିଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ଦୂରଦୃଷ୍ଟି ଓ ପ୍ରେରଣାରେ ଏହି କାର୍ଯ୍ୟକ୍ରମ ବିପୁଳ ଜନସମର୍ଥନ ଲାଭ କରିଛି ବୋଲି ମନ୍ତ୍ରୀ ଶ୍ରୀ ନାଏକ ପ୍ରକାଶ କରିଛନ୍ତି ।
ବିଭାଗ ପକ୍ଷରୁ ପ୍ରତି ଗ୍ରାମପଞ୍ଚାୟତରେ ୫୦୦ଟି ଚାରା ରୋପଣ କରାଯାଇଛି । ଗ୍ରାମପଞ୍ଚାୟତ ସ୍ତରରେ ଜନସାଧାରଣ, ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ପ୍ରତିନିଧି, ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ସକି୍ରୟ ଅଂଶଗ୍ରହଣ କରିଥିଲେ । ମିଶନ୍ ଶକ୍ତିର ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ଯୁବ ବର୍ଗ, ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଅଭିଯାନରେ ଉତ୍ସାହର ସହ ଯୋଗ ଦେଇ ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିଛନ୍ତି । ବିଭାଗର କ୍ଷେତ୍ରୀୟ କାର୍ଯ୍ୟାଳୟ, ବାଡ଼ଥିବା ଅଙ୍ଗନବାଡ଼ି କେନ୍ଦ୍ର, ସରକାରୀ ହଷ୍ଟେଲ ଆଦି ବିଭିନ୍ନ ଜାଗାରେ ଏହି ଚାରାରୋପଣ କରାଯାଇଛି ।
ଏହି ଚାରାରୋପଣକୁ ସଫଳ କରିବା ପାଇଁ ବିଭାଗ ପକ୍ଷରୁ ଏକ ଯୋଜନାବଦ୍ଧ ରଣନୀତି ଗ୍ରହଣ
କରାଯାଇଥିଲା । ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି କେଉଁ ଅଞ୍ଚଳ ପାଇଁ କେଉଁ ଚାରା ଅନୁକୂଳ ରହିବ ତାହା ଚୟନ କରାଯାଇଥିଲା । ଫଳଦାୟକ, ଛାୟାଦାୟକ ଓ ପରିବେଶ ଉପଯୋଗୀ ପ୍ରଜାତିଗୁଡ଼ିକ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ଏହି ଚାରାଗୁଡ଼ିକର ପ୍ରାରମ୍ଭିକ ଯନିକୁ ଦୃଷ୍ଟିରେ ରଖି ପ୍ରଥମ କିଛି ମାସ ପର୍ଯ୍ୟନ୍ତ ଚାରାକୁ ପାଣିଦେବା, ସୁରକ୍ଷା ଦେବା ଓ ଲାଳନପାଳନ କରିବା ପାଇଁ ପଞ୍ଚାୟତକର୍ମୀ ଓ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଇଛି ।
ବିଭାଗ ଏହି କାର୍ଯ୍ୟକ୍ରମକୁ ବିକାଶମୂଳକ ଯୋଜନା ସହିତ ସମନ୍ୱୟ କରିଛି । ମନରେଗା ପରି ଯୋଜନାରେ ଏହାକୁ ଅନ୍ତର୍ଭୁକ୍ତ କରିବା ଦ୍ୱାରା ଗ୍ରାମୀଣ ପରିବାରମାନଙ୍କୁ ଜୀବିକା ସମର୍ଥନ ମିଳିବା ସହ ପରିବେଶ ସୁରକ୍ଷା ମଧ୍ୟ ସୁନିଶ୍ଚିତ ହୋଇପାରିଛି । ସୁରକ୍ଷା ଓ ଯନିକୁ ଧ୍ୟାନରେ ରଖି ପୋଖରୀ, ଗାଁ ରାସ୍ତା, ବିଦ୍ୟାଳୟ ପ୍ରାଙ୍ଗଣ ଓ ଗୋଷ୍ଠୀ ସଂସ୍ଥାନ ନିକଟବର୍ତ୍ତୀ ଅଞ୍ଚଳରେ ଚାରାରୋପଣ କରାଯାଇଛି ।
ଏହି ଚାରାଗୁଡ଼ିକୁ ବଞ୍ଚାଇ ରଖିବା ଏବଂ ଏହାର ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ଦୀର୍ଘସ୍ଥାୟୀ ସବୁଜ ସମ୍ପଦ ସୃଷ୍ଟି ଉଦ୍ଦେଶ୍ୟରେ ବ୍ଲକ୍ ଓ ଜିଲ୍ଲାସ୍ତରରେ ଚାରାଗୁଡ଼ିକର ନିରୀକ୍ଷଣ ବ୍ୟବସ୍ଥା କରାଯାଇଛି । ପାଣିଦେବା, ମାଟି କାମ ଓ ସୁରକ୍ଷାମୂଳକ କାର୍ଯ୍ୟକୁ ମନରେଗା ଓ ଅନ୍ୟାନ୍ୟ ଗ୍ରାମୀଣ ବିକାଶ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରତ୍ୟେକ ଚାରାର ସ୍ଥିତି ଉପରେ କଡ଼ା ନଜର ରଖାଯିବ । ସ୍ୱଚ୍ଛତା ଏବଂ ବ୍ୟବସ୍ଥିତ ଟ୍ରାକିଂକୁ ସୁନିଶ୍ଚିତ କରିବା ପାଇଁ ରୋପଣ କରାଯାଇଥିବା ପ୍ରତି ଚାରାର ଏକ ଫଟୋଗ୍ରାଫ୍ ବିଭାଗର ସମର୍ପିତ ପୋର୍ଟାଲରେ ଅପଲୋଡ୍ କରାଯିବ । ଏହା ସହିତ ଆଗାମୀ ତିନିବର୍ଷ ପାଇଁ ଏହି ଚାରାଗୁଡ଼ିକର ଯନି ଏବଂ ରକ୍ଷଣାବେକ୍ଷଣ ପାଇଁ ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅଧୀନରେ ପାଣ୍ଠି ଆବଣ୍ଟନ କରାଯାଇଛି ଯାହା ସେଗୁଡ଼ିକର ସୁସ୍ଥ ବୃଦ୍ଧି ଏବଂ ଦୀର୍ଘକାଳୀନ ବଞ୍ଚିବାକୁ ସୁନିଶ୍ଚିତ କରିବ ।
ଏହି ପ୍ରୟାସ ଜନସହଭାଗିତାର ଜ୍ୱଳନ୍ତ ଦୃଷ୍ଟାନ୍ତ ଏବଂ ମାଟିମା’ ପ୍ରତି ଆମର ସମର୍ପଣ ଭାବକୁ ସୂଚାଉଛି । ଲକ୍ଷାଧିକ ଗ୍ରାମବାସୀଙ୍କୁ ଏକାଠି କରି ପରିବେଶ ଓ ସମାଜର ଉତ୍କର୍ଷ ଦିଗରେ ଏହା ଏକ ଉଦାହରଣ ପାଲଟିଛି ।
ପ୍ରକାଶଯୋଗ୍ୟ ଯେ ‘ସ୍ୱଚ୍ଛତା ହି ସେବା’ ଅଭିଯାନ ମଧ୍ୟ ଆଜିଠାରୁ ଆରମ୍ଭ ହୋଇଛି । ଏହା ଗାନ୍ଧୀ ଜୟନ୍ତୀ (ଅକେଫାବର ୨) ପର୍ଯ୍ୟନ୍ତ ଚାଲିବ ଏବଂ ଏହି ଅବଧି ମଧ୍ୟରେ ଶ୍ରମଦାନ କରିବା ପାଇଁ ବିଭାଗ ପକ୍ଷରୁ ଆହ୍ୱାନ କରାଯାଇଛି । ଚାରାରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକଳାପକୁ ସମନ୍ୱୟ କରି ବିଭାଗ ଏକ ସ୍ୱଚ୍ଛ, ସବୁଜ ଓ ସୁସ୍ଥ ଓଡ଼ିଶା ଗଠନ ପାଇଁ ପ୍ରତିବଦ୍ଧ ରହିଛି ।