
ଭୁବନେଶ୍ୱର-ବିଶ୍ୱ ଓଜନ ଦିବସ ପାଳିତ ହୋଇଛି । ଓଡିଶା ବିଜ୍ଞାନ ଏକାଡେମୀ ଆନୁକୂଲ୍ୟରେ ଅନ୍ଧାରୁଆ ସ୍ଥିତ ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନରେ ଏହା ପାଳିତ ହୋଇଛି । ଏହି ଅବସରରେ ନାଲକୋର ଅବସରପ୍ରାପ୍ତ ସାଧାରଣ ପ୍ରବନ୍ଧକ ତଥା ରସାୟନ ବିଜ୍ଞାନୀ ଡଃ ଚିତ୍ତରଞ୍ଜନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶ୍ୱରେ ବୃଦ୍ଧି ପାଉଥିବା ତାପମାତ୍ରା ଓ ଓଜନ ସ୍ତର ଉପରେ ପଡୁଥିବା ଏହାର କୁପ୍ରଭାବ ସମ୍ପର୍କରେ ବୈଜ୍ଞାନିକ ତତ୍ତ୍ୱ ମାଧ୍ୟମରେ ବିଭିନ୍ନ ତଥ୍ୟ ପ୍ରଦାନ କରିଥିଲେ । ଏଥିପ୍ରତି ସଚେତନ ନରହିଲେ ଭବିଷ୍ୟତରେ ଏହାର କୁପରିଣାମ ବିଶ୍ୱବାସୀଙ୍କ ଉପରେ ପଡିବା ନେଇ ସୂଚନା ଦେବା ସହ ଏହାକୁ ପ୍ରତିହତ କରିବାକୁ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ ।
ସେହିଭଳି ଉକ୍ତ କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶିବାନୀ ମହାନ୍ତି, ଶ୍ରୀମତୀ ବିଦ୍ୟୁତ ପ୍ରଭା ରାଉତ, ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ନିର୍ଦ୍ଦେଶକ ପ୍ରଫେସର ଯଶୋବନ୍ତ ଜେନା, ପ୍ରତିଷ୍ଠାନର କୂଳସଚିବ ପ୍ରଫେସର ତ୍ରିଲୋକ୍ୟ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ପରିବେଶ ସୁରକ୍ଷା ଓ ସବୁଜିମା ପରିସର ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଉପଲକ୍ଷେ ପ୍ରତିଷ୍ଠାନ ପରିସରରେ ଔଷଧୀୟ ବୃକ୍ଷ ସହ ବିଭିନ୍ନ ପ୍ରଜାତି ବୃକ୍ଷ ରୋପଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।