
ଭୁବନେଶ୍ଵର : ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷଠାରେ ରାଜ୍ୟରେ କାର୍ଯ୍ୟରତ ବିଭିନ୍ନ ଏନଜିଓ ଗୁଡିକଙ୍କ ସହ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଅନେକ ଗୁରତ୍ଵପୂର୍ଣ୍ଣ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ତର ମୁକେଶ ମହାଲିଙ୍ଗ ଆଲୋଚନା କରିଛନ୍ତି । ଜନସାଧାରଣଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହ ଜନସଚେତନତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କ ନେତୃତ୍ଵରେ ସ୍ୱାସ୍ଥ୍ୟ ବିଭାଗର ଲକ୍ଷ୍ୟ ବିଷୟରେ ସେମାନଙ୍କୁ ଅବଗତ କରାଇଛି। ସେହିପରି ଆସନ୍ତା ୧୭ ତାରିଖ ରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦ୍ଵାରା ମଧ୍ୟପ୍ରଦେଶ ଧାର ଜିଲ୍ଲାରୁ ଶୁଭାରମ୍ଭ ହେବାକୁ ଥିବା ‘ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ’ ସମ୍ପର୍କରେ ଆଲୋଚନା କରିଛନ୍ତି । ସମସ୍ତ ମହିଳା ଏବଂ ବାଳିକାମାନେ କିଭଳି ଏହି ଯୋଜନା ଦ୍ଵାରା ଉପକୃତ ହେବେ, ଏବଂ ଏହି ଅଭିଯାନ କୁ ସଫଳ କରାଇବା ପାଇଁ ପ୍ରୟାସ କରିବା ପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ଏନଜିଓ ମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ଅଶ୍ଵଥୀ ଏସ. ,ଏନଏଚଏମ ମିଶନ ନିର୍ଦ୍ଦେଶକ ଡକ୍ଟର ବୃନ୍ଦା ଡି. ଏବଂ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ ଜିଲ୍ଲାର ଏନଜିଓ ଗୁଡିକ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ।