
ଭୁବନେଶ୍ୱର, ଅବକାରୀ ବିଭାଗର Enforcement Special Drive ଅଧୀନରେ ୧୫ ଦିନରେ ମଧ୍ୟ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି I ଯେଉଁଥିରେ ୧. ୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ସାମଗ୍ରୀ ଜବତ କରାଯାଇଛି।
ରାଜ୍ୟବ୍ୟାପୀ ଚାଲିଥିବା ଅଭିଯାନରେ ୨୧୬ ଟି ମାମଲା ରୁଜୁ ସହ ବେଆଇନ ମଦ ଏବଂ ନାରକୋଟିକ୍ ବ୍ୟବସାୟ ସହିତ ଜଡିତ ୧୧୭ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ୧୧, ୪୫୧ ଲିଟର ID ଲିକର୍, ୩୬୭ ଲିଟର duty-paid ଲିକର୍, ୧,୦୫, ୨୪୦ ଲିଟର ପୋଚ ନଷ୍ଟ କରାଯାଇଛି I ଏଥି ସହ ୧୬୦୦ କିଲୋଗ୍ରାମ ମହୁଲି ଫୁଲ ଓ ଚୋରାଚାଲାଣ ପାଇଁ ବ୍ୟବହୃତ ୨୪ଟି ଯାନ ଜବତ ହୋଇଛି।
ନାରକୋଟିକ୍ ବିରୋଧୀ ସ୍ୱତନ୍ତ୍ର ଅଭିଯାନରେ ୧୪ଟି NDPS ମାମଲା ରୁଜୁ ସହ ୭୮ କିଲୋଗ୍ରାମ ଗଞ୍ଜେଇ ଓ ୩୮୮ ଗ୍ରାମ ହେରୋଇନ୍ ଜବତ କରାଯାଇଛି।
ରାଜ୍ୟରେ ଅବୈଧ ମଦ ତଥା ନାରକୋଟିକ୍ କାରବାରକୁ ରୋକିବା ପାଇଁ ଏହି ବିଶେଷ ଅଭିଯାନକୁ ଆଗାମୀ ଦିନରେ ଆହୁରି ତୀବ୍ର କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି I