
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଚିତକାରା ୟୁନିଭେର୍ସିଟି ର ଛାତ୍ର ଛାତ୍ରୀ ମାନେ ପୁରୀ ଆସି ମାନସ ସାହୁ ଙ୍କ ତତ୍ୱାବଧାନ ରେ ବଳିଆପଣ୍ଡା, ଲାଇଟ ହାଉସ ନିକଟସ୍ଥ ବେଳାଭୂମି ରେ ଥିବା ମାନସ ସାହୁ ଙ୍କ ସ୍ୟାଣ୍ଡ ଆର୍ଟ ପାର୍କ ରେ ବାଲୁକା କଳା ର ଟ୍ରେନିଂ ନେଇଛନ୍ତି| ମାନସ ସାହୁ ତାଙ୍କୁ ବିଭିନ୍ନ ସାମୁଦ୍ରିକ ଜୀବ ମାନଙ୍କ ର ବାଲୁକା କଳା ଶିଖାଇଛନ୍ତି| ଏବଂ ସେ ଏହି ବାଲୁକା କଳା ରେ କିପରି କଇଁଛ ଏବଂ ସାମୁଦ୍ରିକ ଜୀବ ମାନଙ୍କ ସୁରକ୍ଷା କରିପାରିବା ର ବାର୍ତ୍ତା ମଧ୍ୟ୍ୟ ଦେଇଛନ୍ତି |ଏଥିରେ ମାନସ ସାହୁ ଙ୍କୁ ସମାଜସେବୀ କେଦାରନାଥ ମହାପାତ୍ର, ସତ୍ୟନାରାୟଣ ପାତ୍ର ସହଯୋଗ କରିଛନ୍ତି|