
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲାରେ ଅପରାଧୀକୁ ସାବାଡ କରିବା ଓ ଲ ଆଣ୍ଡ ଅର୍ଡର (Law & Order) ସ୍ଥିର କରିବାକୁ ପୁରୀ ପୋଲିସ ଦ୍ୱାରା ରାତିରେ ବ୍ୟାପକ ନାକାବନ୍ଦୀ ଆରମ୍ଭ କରାଯାଇଛି। ଏହା ପୁରୀ ଜିଲ୍ଲାର ସମସ୍ତ ପୋଲିସ୍ ଥାନା ସୀମାରେ ପ୍ରଚଳିତ ହୋଇଛି।
ଏହି କାର୍ଯ୍ୟକ୍ରମଟି ପୁରୀ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ ଙ୍କ ସ୍ୱୟଂ ପ୍ରତ୍ୟକ୍ଷ ନିର୍ଦେଶରେ ଆରମ୍ଭ ହୋଇଛି।
ଅପରାଧୀ ମାନଙ୍କ ଗତିବିଧିକୁ ନିୟନ୍ତ୍ରଣ କରିବା, ରାତିରେ ଚାଲୁଥିବା ସନ୍ଦିଗ୍ଧ ଯାନବାହନ ଓ ବ୍ୟକ୍ତିଙ୍କୁ ଯାଞ୍ଚ କରିବା, ପୁରୀକୁ ଏକ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ପର୍ଯ୍ୟଟନ ସ୍ଥଳ କରିବା ଓ ପ୍ରଯ୍ୟଟକ ଓ ସାଧାରଣ ଲୋକଙ୍କୁ ନିରାପତ୍ତାରେ ରଖିବା ଉଦେଶ୍ୟ ରେ ଜିଲ୍ଲାର 25ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନାକାବନ୍ଦୀ ହୋଇଛି |ପୁରୀ ଜିଲ୍ଲାର 25ଟି ପ୍ରଧାନ ସ୍ଥାନ ଚିହ୍ନଟ କରାଯାଇ, ସେଠାରେ ଥାନା ପୋଲିସ ସହ ଅତିରିକ୍ତ ପୋଲିସ ଦିଆଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପୁରୀ ବାର୍ତା ଦେଇଛନ୍ତି ଯେ
“ଅପରାଧୀ ହେବେ ସାବାଡ – ପୁରୀକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଅପରାଧମୁକ୍ତ ରଖିବା ପାଇଁ ଏହି କଠୋର ନାକାବନ୍ଦୀ ପୁରୀ ପୋଲିସ ତରଫରୁ ସୁଚିନ୍ତିତ ପଦକ୍ଷେପ।
ସେ ନିଜ ବାର୍ତ୍ତା ରେ କହିଛନ୍ତି କି
ପୁରୀ ପୋଲିସ ସାଧାରଣଙ୍କୁ ଅନୁରୋଧ କରୁଛି –
ଯାଞ୍ଚ ସମୟରେ ପୋଲିସଙ୍କୁ ସହଯୋଗ କରନ୍ତୁ।
ଏଥି ସହିତ ଯଦି କେଉଁଠି ସନ୍ଦେହ ହୁଏ ତେବେ ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଗତିବିଧି ବିଷୟରେ 112 କିମ୍ବା ନିକଟସ୍ଥ ପୋଲିସ ଷ୍ଟେସନ୍ କୁ ତୁରନ୍ତ ସୂଚନା ପ୍ରଦାନ କରନ୍ତୁ।