
-
ସେପ୍ଟେମ୍ବର ୧୭ ରେ ରାଜ୍ଯର ସମସ୍ତ ଜିଲ୍ଲାରେ ୨୩ ଲକ୍ଷ ଚାରା ରୋପଣ ଲକ୍ଷ୍ଯ
ଭୁବନେଶ୍ୱର-ମା ପାଇଁ ବୃକ୍ଷଟିଏ (ଏକ ପେଡ଼୍ ମା କେ ନାମ) ପ୍ରୟାସର ଅଂଶସ୍ୱରୂପ ଓଡ଼ିଶା ସରକାରଙ୍କ ପକ୍ଷରୁ ଆସନ୍ତା ୧୭ ତାରିଖରେ ୭୫ ଲକ୍ଷ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ମହତ ପ୍ରୟାସରେ ସହଭାଗୀ ହୋଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସମସ୍ତ କାର୍ଯ୍ୟାଳୟ ତଥା ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ସମେତ ସାରା ରାଜ୍ୟରେ ୨୩ ଲକ୍ଷରୁ ଅଧିକ ଚାରା କାର୍ଯ୍ୟାଳୟ ପରିସର ଓ ଅନ୍ୟାନ୍ୟ ଉପଲବ୍ଧ ସ୍ଥାନରେ ରୋପଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଜିଲ୍ଲାର କୃଷି ବିଭାଗ ଅଧିକାରୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଅତି କମ୍ ରେ ଗୋଟିଏ ଚାରାରୋପଣ କରିବାକୁ କୃଷି ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପରାମର୍ଶ ଦେଇଛନ୍ତି । ସମସ୍ତ ୨୩ ଲକ୍ଷ ଚାରା ମୃତ୍ତିକା ସଂରକ୍ଷଣ ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଦ୍ୱାରା ଯୋଗାଇ ଦିଆଯିବ। ଏଥିସହିତ ଚାରାରୋପଣର ଫଟୋ ଉଠାଇ ଏହାକୁ MeriLiFE ପୋର୍ଟାଲରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତୁ ସମସ୍ତଙ୍କ ମିଳିତ ପ୍ରୟାସରେ ପୃଥିବୀକୁ ପୁଣିଥରେ ସବୁଜିମା ଭେଟି ଦେବା ବୋଲି ଡ. ପାଢ଼ୀ କହିଛନ୍ତି ।