କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଆଶ୍ବିନମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଆରମ୍ଭ ହୋଇ ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ସମୟ କୁ ପିତୃପକ୍ଷ ବା ଅପରପକ୍ଷ କୁହାଯାଏ। ସୋମବାର ଠୁ ଅର୍ଥାତ ୮ ସେପ୍ଟେମ୍ବର ୨୦୨୫ ରୁ ଅପରପକ୍ଷାରମ୍ଭଃ ହୋଇଛି। ଯାହାକି ୨୧ ସେପ୍ଟେମ୍ବର ୨୦୨୫ ରବିବାର ପର୍ଯ୍ୟନ୍ତ ଭୋଗହେବ । ଅପରପକ୍ଷ ପ୍ରଥମ ଦିବସ ତଥା ପ୍ରତିପଦା ତିଥିରୁ ହିଁ ଶ୍ରାଦ୍ଧଦାନ ଆରମ୍ଭ ହୁଏ । ଏହି ଅବସରର ପୁରୀ ନରେନ୍ଦ୍ର ପୁଷ୍କରିଣୀ ରେ ବ୍ରାହ୍ମଣ ପରିବାର ସଦସ୍ୟ ମାନେ ନିଜ ନିଜ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ଅର୍ପଣ କରିଛନ୍ତି | ସେଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଭିଡ଼ ଦେଖିବାକୁ ମିଳିଥିଲା |
