
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ସହରରେ ଶାନ୍ତି-ଶୃଙ୍ଖଳା ଓ ସାର୍ବଜନୀନ ସୁସ୍ଥ ପରିବେଶ ରକ୍ଷା ପାଇଁ ପୁରୀ ପୋଲିସ୍ ଦ୍ୱାରା ସହରର ଅନେକ ସ୍ଥାନରେ ରେଡ୍ ଓ ଚେକିଂ ଅଭିଯାନ କରାଯାଇଛି।ଏହି ଅଭିଯାନରେ ପୁରୀ ସିଟି ସବ୍-ଡିଭିଜନ୍ ଅନ୍ତର୍ଗତ ସମସ୍ତ ପୋଲିସ୍ ଷ୍ଟେସନ୍ ସକ୍ରିୟ ଭାବରେ ଯୋଗଦେଇଥିଲେ।ଚେକିଂ ସମୟରେ ସାର୍ବଜନୀନ ସ୍ଥାନରେ ମଦପାନ କରିଥିବା ଓ ଅସଭ୍ୟାଚାର/ଅଶାନ୍ତି ସୃଷ୍ଟି କରିଥିବା ମୋଟ ୪୯ ଜଣ ଉଲ୍ଲଙ୍ଘନକାରୀଙ୍କୁ ଧରାଯାଇଛି।ପୁରୀ ସହରର ସମୁଦ୍ରତଟ, ବାଡଦାଣ୍ଡ, ବସ୍ଷ୍ଟାଣ୍ଡ, ବଜାର, ବଡଦାଣ୍ଡ ଏବଂ ରେସିଡେନ୍ସିଆଲ୍ ଏରିଆରେ ସମ୍ପୂର୍ଣ୍ଣ ସର୍ଭେଲାନ୍ସ, ପୋଲିସ୍ ରେଡ୍, ଏବଂ ପ୍ୟାଟ୍ରୋଲିଂ କରାଯାଇଥିଲା।
ଏହି ସମୟରେ ସମୁଦ୍ରକୁଳ ପୋଲିସ୍ ଷ୍ଟେସନ୍ – ୧୧
କୁମ୍ଭାରପଡା ପୋଲିସ୍ ଷ୍ଟେସନ୍-୮,ବଳିଆପଣ୍ଡା ପୋଲିସ୍ ଷ୍ଟେସନ୍ – ୫,ଟାଉନ୍ ପୋଲିସ୍ ଷ୍ଟେସନ୍ -୬,ତାଳବଣିଆ ପୋଲିସ୍ ଷ୍ଟେସନ୍-୧୦,ବାସେଳିସାହି ପୋଲିସ୍ ଷ୍ଟେସନ୍-୪
ପିସିଆର୍ -୫ ଜଣଙ୍କୁ ମିଶାଇ ମୋଟ – ୪୯ ଜଣ ଙ୍କୁ ଧରାଯାଇଛି |ପୁରୀ ପୋଲିସ୍ ପକ୍ଷରୁ ସନ୍ଦେଶ
ସାର୍ବଜନୀନ ସ୍ଥାନରେ ମଦପାନ ଓ ଅସଭ୍ୟାଚାର ପ୍ରକାରର କାର୍ଯ୍ୟକଳାପ କେବେ ପରି ସହ୍ୟ ହେବ ନାହିଁ।
ସାର୍ବଜନୀନ ସ୍ଥାନରେ ନିୟମ ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।ଶାନ୍ତି-ଶୃଙ୍ଖଳା ଓ ସୁରକ୍ଷା ପାଇଁ ପୋଲିସ୍ର ବିଶେଷ ଅଭିଯାନ ଆଗାମୀ ଦିନରେ ଜାରି ରହିବ।
ପୁରୀ ପୋଲିସ ତରଫରୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି ଯେ ସାର୍ବଜନୀନ ସ୍ଥାନକୁ ସମ୍ମାନ କରନ୍ତୁ, ଆଇନ୍ ଅନୁସରଣ କରନ୍ତୁ, ଏବଂ ପୁରୀକୁ ସୁରକ୍ଷିତ ଓ ଶୃଙ୍ଖଳିତ ସହର ଭାବେ ରଖିବାରେ ସହଯୋଗ କରନ୍ତୁ।