
ମାଲକାନଗିରି – ମାଲକାନଗିରି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ କରାଯାଇଛି । ଏହି ଦିନଟି ଭାରତର ପୂର୍ବତନ ରାଷ୍ଟ୍ରପତି, ମହାନ ଦାର୍ଶନିକ ଓ ଶିକ୍ଷକ ଡା. ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିବସ ଉପଲକ୍ଷେ ସମଗ୍ର ଦେଶରେ ପାଳନ କରାଯାଏ ।
ପ୍ରଭାତ ୯ଟାରେ କାର୍ଯ୍ୟକ୍ରମର ଆରମ୍ଭ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ସମ୍ମିଳିତ ସାନ୍ଧ୍ୟା-ସଭା ସହିତ ହୋଇଥିଲା । ସଭାର ସଭାପତି ପ୍ରଧାନଶିକ୍ଷକ ଶାନ୍ତିରାଣୀ ବିଶ୍ୱାସ, ମୁଖ୍ୟ ଅତିଥି ବିନୋଦ କୁମାର ବିଶୋଇ,ମୁଖ୍ୟ ପରିଚାଳକ, ଏସ ବି ଆଇ, ମୁଖ୍ୟବକ୍ତା ଡ଼ଃ
ରଞ୍ଜନ କୁମାର ସ୍ବାଇଁ, ବାଣିଜ୍ୟ ଅଧ୍ୟକ୍ଷ, ମାଲକାନଗିରି ସ୍ନାତକ ଉଚ୍ଚ ବିଦ୍ୟାଳୟ, ସମ୍ମାନିତ ଅତିଥି ଅଜିତ କୁମାର ଆଚାର୍ଯ୍ୟ, ଉପ ପରିଚାଳକ ଏସବିଆଇ ଅନ୍ୟ ସମ୍ମାନିତ ଅତିଥି ସୌମ୍ୟ ରଞ୍ଜନ ବେହେରାଙ୍କୁ ସ୍ବାଗତ ଜଣାଇ ଦୀପପ୍ରଜ୍ୱଳନ ଓ ପୁଷ୍ପାର୍ପଣ କରି ସଭା ଆରମ୍ଭ କରାଯାଇଥିଲା ।
ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱାଗତ ଗୀତ ସମସ୍ତଙ୍କୁ ଆନନ୍ଦିତ କରିଥିଲା । ପରେ ବିଭିନ୍ନ କକ୍ଷର ଛାତ୍ରଛାତ୍ରୀମାନେ ସଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ । ଅନେକ ଛାତ୍ରଛାତ୍ରୀ ଶିକ୍ଷକଙ୍କୁ ସମ୍ମାନ ଜଣାଇ ନାଟକ ଓ ସ୍କିଟ ପ୍ରଦର୍ଶନ କରିଥିଲେ, ଯେଉଁଥିରେ ଶିକ୍ଷକଙ୍କ ତ୍ୟାଗ, ଶିକ୍ଷାର ମହତ୍ତ୍ୱ ଓ ଗୁରୁ-ଶିଷ୍ୟ ସମ୍ପର୍କର ଉଲ୍ଲେଖ ଥିଲା ।
ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରି ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, “ଶିକ୍ଷକମାନେ କେବଳ ପାଠ୍ୟପୁସ୍ତକର ଜ୍ଞାନ ଦେଇନଥାନ୍ତି, ସେମାନେ ଜୀବନର ଦିଗ୍ଦର୍ଶନ କରନ୍ତି । ସମ୍ମାନ, ଶ୍ରଦ୍ଧା ଓ ଶ୍ରମଶୀଳତାରେ ଆଗକୁ ବଢ଼ିବାକୁ ସମସ୍ତ ଛାତ୍ରମାନେ ପ୍ରେରଣା ନେବା ଉଚିତ।” ଏହା ପରେ ଛାତ୍ରମାନେ ହସ୍ତନିର୍ମିତ କାର୍ଡ, ପୁଷ୍ପଗୁଚ୍ଛ ଓ ସ୍ମୃତିଚିହ୍ନ ଦେଇ ଶିକ୍ଷକମାନଙ୍କୁ ସମ୍ମାନ ଜଣାଇଥିଲେ । ବିଶେଷ କରି ଦୀର୍ଘ ସେବା କରୁଥିବା ଶିକ୍ଷକ/ଶିକ୍ଷୟତ୍ରୀ ରିତାଞ୍ଜଳି ସାମଲ, ଏମ୍ ନନ୍ଦିନୀ, ସ୍ମୃତିକା ସୁକୁଲ, ସୁହାନି ବାଘ , ଇସାନି ଶତପଥୀ, ତ୍ରୈଲକ୍ଷ୍ୟ ହୀରା, ନିହାର ରଞ୍ଜନ ଚୌଧୁରୀ, ତନ୍ମୟ ମହାପାତ୍ର, ବିଷ୍ଣୁ ପ୍ରସାଦ ସୁବୁଦ୍ଧି , ଶିବ ମୋହନ ପଣ୍ଡା, ଶଙ୍କରଚନ୍ଦ୍ର ମହାପାତ୍ର, ସତୃଷ୍ନା ପୃଷ୍ଟି, ବିଥିକା ସର୍ଦ୍ଦାର, କିରଣବାଲା ରାଉତ ସମେତ ସମସ୍ତ ଶିକ୍ଷକ ବ୍ୟାଙ୍କ ପରିଚାଳନା ସମିତି ପକ୍ଷରୁ ସ୍ମୃତିଚିହ୍ନ ଦେଇ ଅଭିନନ୍ଦନ କରାଗଲା ।
ଶେଷରେ ଛାତ୍ରଛାତ୍ରୀ ମାନେ ଧନ୍ୟବାଦ ଜଣାଇଥିଲେ ଏବଂ ସମସ୍ତଙ୍କୁ ସହଯୋଗ ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ । ସାରାଦିନ ଆନନ୍ଦ, ଶ୍ରଦ୍ଧା ଓ ଶିକ୍ଷକଙ୍କ ପ୍ରତି କୃତଜ୍ଞତାରେ ପୂର୍ଣ୍ଣ ହୋଇଥିଲା ।