
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଭକ୍ତ ନିବାସ ରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା |ବୈଠକ ରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଏବଂ ଛତିଶା ନିଯୋଗ ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଧାଡି ଦର୍ଶନ ଏବଂ ଚନ୍ଦ୍ର ଗ୍ରହଣ ପାଇଁ ନୀତି ନିର୍ଘଣ୍ଟ ପାଇଁ ଆଲୋଚନା ହୋଇଥିଲା |ସେପ୍ଟେମ୍ବର ୭ ରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ ଦିନ ଭୋର ୨ ଟାରୁ ଦ୍ୱାର ଫିଟା ନୀତି, ୨. ୩0 ମଙ୍ଗଳ ଆରତୀ ଏବଂ ଦିନ ୧୨. ୩0 ସୁଦ୍ଧା ସମସ୍ତ ନୀତି ସମ୍ପୂର୍ଣ୍ଣ ପାଇଁ ନିଷ୍ପତ୍ତି ହୋଇଛି |ବୁଧବାର ଦିନ ପରିଚାଳନା କମିଟି ବୈଠକ ରେ ଏହି ପ୍ରସ୍ତାବକୁ ସଂମ୍ମତି ପ୍ରକାଶ ପାଇବ ବୋଲି ଆଶା କରାଯାଉଛି |