ଗୌହାଟି- ଆସାମର ବଙ୍ଗାଇଗାଓଁ ଜିଲ୍ଲାୀରେ ଶନିବାର ସଂଧ୍ୟା ୬.୧୭ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୫ ମପା ଯାଇଛି । ତେବେ ବର୍ତମାନ ସୁଦ୍ଧା ଏଥିରେ କେହି ହତାହତ ହୋଇଥିବା ସୂଚନା ମିଳି ନାହିଁ ।
ଭୂମିକମ୍ପ ଅନୁଭବ ହେବା ମାତ୍ରେ ଲୋକ ମାନେ ଘରୁ ବାହାରକୁ ଚାଲି ଆସିଥିଲେ । ପାଣିପାଗ ବିଭାଗରୁ ମିଳିଥିବା ସୂଚନା ଅନୁସାରେ ଏହି ଭୂମିକମ୍ପର କେନ୍ଦ୍ର ବଙ୍ଗାଇଗାଓଁ ଜିଲ୍ଲାରେ ରହିଥିଲା ।