ଭୁବନେଶ୍ୱର – କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ସୂଚନା ଅଧିକାର କର୍ମୀ ରଞ୍ଜନ ଦାସ ହତ୍ୟା ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କଂଗ୍ରେସ କହିଛି । ଶନିବାର ପୂର୍ବାହ୍ନରେ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦେଶ କ୍ରମେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ନେତୃତ୍ୱ ରେ ପିସିସି ର ଏକ ତଥ୍ୟ ଅନୁସନ୍ଧାନ କାରୀ ଦଳ ରଞ୍ଜନଙ୍କ ପରିବାରକୁ ଭେଟିବା ସହିତ ଘଟଣା ସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଛି ।
ଘଟଣା ସ୍ଥଳର ପାରିପାଶ୍ୱିର୍କସ୍ଥିତି ଏବଂ ସାଧାରଣ ଜନତାଙ୍କ ପ୍ରତିକ୍ରିୟା ଓ ସୂଚନା ଅଧିକାର ରେ ତଥ୍ୟ ମାଗିବା ଯୋଗୁ ସରକାରୀ ଦଳ ରାଜନେତା ଓ ସରକାରୀ କର୍ମଚାରୀ ଅତ୍ୟନ୍ତ ଚାପରେ ଥିଲେ ତେଣୁ ରଞ୍ଜନଙ୍କୁ ଯୋଜନା ବଧ ଭାବରେ ହତ୍ୟା କରାଯାଇଛି ବୋଲି ଅନୁସନ୍ଧାନକାରୀ ଦଳର ସଦସ୍ୟ ନିଶିକାନ୍ତ ମିଶ୍ର କହିଛନ୍ତି । ଅନ୍ୟତମ ସଦସ୍ୟ ଜିନେଶ ଦାସ ରାଜ୍ୟରେ ବିଭିନ୍ନ ସମସ୍ୟା ଓ ଅଧିକାର ପାଇଁ ଲଢ଼ୁଥିବା କର୍ମୀମାନଙ୍କୁ ସୁରକ୍ଷା ଦେବା ପାଇଁ ଅଇନ ଆଣନ୍ତୁ ବୋଲି ଦାବି କରିଥିଲେ । ଏହି ଘଟଣାର କ୍ରାଇମ୍ଇବ୍ରାଂଚ ତଦନ୍ତ ଦାବି କରିବା ସହିତ ଆସନ୍ତା ସପ୍ତାହ ରେ କଂଗ୍ରେସ ପ୍ରତିନିଧି ଦଳ ଏହି ଘଟଣାକୁ ନେଇ ପୋଲିସ ଡିଜି ଙ୍କୁ ଭେଟିବ ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ ।
ଏହି ତଥ୍ୟ ଅନୁସନ୍ଧାନକାରୀ ଦଳରେ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି ଚିନ୍ମୟ ବେହୁରିଆ ଅମିତା ବିଶ୍ୱାଳ, ବିଭ୍ରାସୁ ଲେଙ୍କା, ଦୀପକ ମହାପାତ୍ର, ପ୍ରଫୁଲ ଦାସ, , ବିଷ୍ଣୁ ପ୍ରିୟା ଚାନ୍ଦ, ସଞ୍ଜୟ ରାଉତ, ମୀର ମୁରଶିଦ, ସମ୍ବିତ ଶ୍ରୀଚନ୍ଦନ, ପ୍ରମୋଦ ସ୍ୱାଇଁ, ପ୍ରମୁଖ ସାମିଲ ହୋଇଥିଲେ