
-
ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଆୟୋଜିତ ରାତ୍ରିଭୋଜନରେ ଆପ୍ୟାୟିତ ହେଲେ
ଭୁବନେଶ୍ୱର– ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀଲଙ୍କା ଅଧିକାରୀ ମାନେ ଶେଷ ଦିନରେ ଚିଲିକା ପରିଦର୍ଶନରେ ଯାଇଥିଲେ ଏବଂ ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ଦ୍ୱାରା ଆୟୋଜିତ ରାତ୍ରିଭୋଜନରେ ଆପ୍ୟାୟିତ ହୋଇଥିଲେ । ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଶ୍ରୀଲଙ୍କାର ସମସ୍ତ ଅଧିକାରୀ ତଥା ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶକ ଶ୍ରୀ ଅନୁଜ ଦାସ ପଟ୍ଟନାୟକ, ନିର୍ଦ୍ଦେଶକ ବୈଷୟିକ ଶ୍ରୀ ଗୁରବୀର ସିଂ ସମ୍ବର୍ଦ୍ଧିତ କରିଥିଲେ । ଉପହାର ସ୍ୱରୂପ ଓଡ଼ିଶାର କାରୁକାର୍ଯ୍ୟ ସମ୍ବଳିତ ପଟ୍ଟଚିତ୍ର ପ୍ରଦାନ କରାଯାଇଛି ।
ଓଡ଼ିଶା ଗସ୍ତ ସମୟରେ ଓଡ଼ିଆ ଲୋକଙ୍କ ଆତିଥ୍ୟ, ଖାଦ୍ୟପେୟ, କଳା, ସଂସ୍କୃତି ଓ ଐତିହ୍ୟର ଭୁୟସୀ ପ୍ରଶଂସା କରିଥିଲେ । ଗସ୍ତରୁ ବହୁ ଜ୍ଞାନ ଆହରଣ କରିବା ଭାରତୀୟ ସଂସ୍କୃତି, ଲୋକଙ୍କ ଦୈନନ୍ଦିନ ଜୀବନ, ଆପାତକାଳୀନ ସମୟରେ କାର୍ଯ୍ୟଶୈଳୀ ବିଷୟରେ ଅନେକ କିଛି ଶିଖିଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ଓଡ଼ିଶା ସରକାର ବିଶେଷ କରି ସୂଚନା ଓ ଲୋକସମ୍ପର୍କ ବିଭାଗର
ସହଯୋଗ ପାଇ ନିଜର ଖୁସି ଅଭିବ୍ୟକ୍ତ କରିଥିଲେ ଏବଂ ଧନ୍ୟବାଦ ଜଣାଇଛନ୍ତି ।ଶ୍ରୀଲଙ୍କା ଅଧିକାରୀମାନେ ମଧ୍ୟ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ ଓ ନିର୍ଦ୍ଦେଶକ ବୈଷୟିକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।