ଭଦ୍ରକ- ଆଜି ଅପରାହ୍ନ ୪ଘଟିକା ସମୟରେ ନିରାପଦ ପ୍ରତିÂାନ ଭଦ୍ରକର ପ୍ରଥମ ବାର୍ଷିକ ସମାରୋହରେ ସଂଗଠନର ଅଧ୍ୟକ୍ଷା ମିତସ୍ମିତା ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନରେ ଅନୁÂିତ ହୋଇଯାଇଛି । ଏହି ଉତ୍ସବରେ ଭଦ୍ରକର ମାନ୍ୟବର ଜିଲ୍ଲା ଓ ଦୌରାଜଜ୍ ଶିଶିର କୁମାର ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେକି ସମାଜ ସୃଷ୍ଟି ସମୟରେ ସମସ୍ତ ମଣିଷ ସମାନ ଥିଲେ । ଅର୍ଥନୈତିକ କିମ୍ବା ସାମାଜିକ ଭାବେ କୌଣସି ଫରକ ନଥିଲା । ମାତ୍ର ସେମାନଙ୍କ ମଧ୍ୟରେ ସମୟ କ୍ରମେ ସମାଜର ଲୋକ ମାନେ ନାନା କାରଣରୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ ହୋଇଯାଇଛନ୍ତି । ଧନୀ ନିର୍ଧନଙ୍କ ମଧ୍ୟରେ ଦୂରତ୍ୱ ଅନେକ ବୃଦ୍ଧିପାଇଛି । ସାଧାରଣ ଗରିବ ନିର୍ଯାତିତ ଓ ବଂଚିତ ଶ୍ରେଣୀ ଆଜି ନିଜକୁ ଅସହାୟ ମନେ କରୁଛି । ସେମାନଙ୍କୁ ସାହାରା ଦେବା ପାଇଁ ଅର୍ଥନୈତିକ ସ୍ତରରେ ସହଯୋଗ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ, ଶିକ୍ଷିତ ଶ୍ରେଣୀ ଏବଂ ଅନୁÂାନ ଅଗ୍ରସର ହେବା ଉଚିତ ଏବଂ ଏହି ପରିପ୍ରେକ୍ଷୀରେ ନିରାପଦ ପ୍ରତିÂାନର ଆଭିମୁଖ୍ୟ ସଠିକ ବୋଲି ମତବ୍ୟକ୍ତ କରିଛନ୍ତି । ମୁଖ୍ୟବକ୍ତା ପ୍ର. ରାଜକିଶୋର ସାହୁ, ସମ୍ମାନିତ ବକ୍ତା ଫକିରମୋହନ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଅନିଲ ମହାପାତ୍ର ଏବଂ ସମ୍ମାନିତ ବକ୍ତା ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣ ସେଲର ସଚିବ ଅପର୍ଣ୍ଣା ମହାପାତ୍ର ଯୋଗଦେଇ ସମାଜର ନିଷ୍ପେସିତ ଜନଗଣ, ମହିଳା ମାନଙ୍କ ଉପରେ ଘଟୁଥିବା ବଳାକ୍ରାର ଆଦିକୁ ଆଜି ସବୁ ସ୍ତରରେ ବିରୋଧକରି ଏହାର ପୂର୍ଣ୍ଣଛେଦ ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଆହ୍ୱାନ ଜଣାଇଥିଲେ । ସଭାର ପ୍ରାରମ୍ଭରେ ଆଡ଼ଭୋକେଟ ଗିରିଧାରୀ ନାଥ ଅତିଥି ମାନଙ୍କୁ ମଂଚକୁ ସ୍ୱାଗତ କରିବା ସହିତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଅଧ୍ୟକ୍ଷା ମିତସ୍ମିତା ବଳ ସଂଗଠନର ରିପୋର୍ଟ ଉପସ୍ଥାପନ ସହିତ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ତିନିଜଣ ବିଶିଷ୍ଟ ଜ୍ଞାନୀ ଓ ଆଦର୍ଶ ବ୍ୟକ୍ତି ଯଥା ତିହିଡ଼ିର ଅବସରପ୍ରାପ୍ତ ଶିକ୍ଷକ ସନାତନ ବେହେରା, କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଡ. ଜିତେନ୍ଦ୍ର କୁମାର ମିଶ୍ର, ହସନାବାଦ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଏବଂ ଅବସରପ୍ରାପ୍ତ ଅଧ୍ୟକ୍ଷ ନିରଞ୍ଜନ ଷଡ଼ଙ୍ଗୀ ମାନଙ୍କୁ ମାନ୍ୟବର ଜିଲ୍ଲା ଦୌରା ଜଜ୍ଙ୍କ ଦ୍ୱାରା ସଂଗଠନ ପକ୍ଷରୁ ମାନପତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିବା ବେଳେ ଜିଲ୍ଲା ଜଜ୍ ଶିଶିର କୁମାର ରଥଙ୍କୁ ବର୍ଷିଆନ୍ ଆଇନଜୀବି ତଥା ପ୍ରତିÂାନର ପୃÂପୋଷକ ସଂଗ୍ରାମୀ ନିରାକାର ଜେନା ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ । ବନେ୍ଦ ଉକ୍ରଳ ଜନନୀ ସଂଗୀତ ସଭା ପ୍ରାରମ୍ଭରେ ଜିଲ୍ଲା ସ୍କୁଲର ଛାତ୍ରୀମାନେ ପରିବେଷଣ କରିଥିଲେ । ନିରାପଦ ପ୍ରତିÂାନର ସଭ୍ୟ ଅଧ୍ୟାପକ ନିରଞ୍ଜନ ମଲ୍ଲିକ ଧନ୍ୟବାଦ ଜ୍ଞାପନ କରିଥିଲେ । ସଂଗଠନର କୋଷାଧ୍ୟକ୍ଷ ଟି.ଭି. ରାଜଲକ୍ଷ୍ମୀ, ଆଡ଼ଭୋକେଟ ରଂଜନ ନାୟକ, ବିଜନ କୁମାର ଜେନା, ଦିବ୍ୟସିଂହ ନାୟକ, ଶିକ୍ଷୟିତ୍ରୀ ଚାରୁଲତା ମହାପାତ୍ର, ଅରବିନ୍ଦ ଜେନା ଓ ରତିକାନ୍ତ ବେହେରା ଆଦି ସହଯୋଗ କରିଥିଲେ ।
Related Stories
November 24, 2024
November 24, 2024