
ଜୟପୁର– ଲଗାଣ ବର୍ଷାରେ ଜୟପୁର ତହିସିଲ ଅଧିନରେ ୧୦ଟି ଘର ଆଂଶିକ ଭାଙ୍ଗିଥିବା ଜଣାଯାଇଛି । ଏନେଇ ଆଜି ଜୟପୁର ତହିଲଦାର ସବ୍ୟସାଚି ଜେନା, ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ, ରାସ୍ୱଜ ସୁପରଭାଇଜର ହରିହର ଶତପଥି ଉପସ୍ଥିତ ରହି ତଥ୍ୟ ସଂଗ୍ରହ କରିବା ସହ ପୋଲିଥିନ ପ୍ରଦାନ କରିଥିଲ । ହରଡାପୁଟର ନବ ଘନ ଚାଲାଣ, ଆମ୍ବାଗୁଡାର ଗୋବିନ୍ଦ ହରିଜନ, ସଞ୍ଜିପ ହରିଜନ, ପୁଜାରିପୁଟର ମଣି ନାୟକ, ଖିରମଣି ନାୟକ ଛତର୍ଲା ଇନ୍ଦୁମତି ଦାସ ଭାଟ୍ଟାଛିଞ୍ଚିର ଶୁକାନ୍ତି ହରିଜନ, ହଡପା ଗ୍ରାମର ମନା ଭତ୍ରା, ଫାମ୍ପୁଣି ଗ୍ରାମର ରାଜେନ୍ଦ୍ର ମଣ୍ଡଳ, ଖ୍ରୀଷ୍ଟିଆନପେଟାର ମନିକା ମହୁରିଆଙ୍କ ଘର ଭାଙ୍ଗିଥିବା ରାଜସ୍ୱ ବିଭାଗ ତଥ୍ୟ ସଂଗ୍ରହ କରିଛି ।