
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଶ୍ରୀମନ୍ଦିର ପରିଚାଳନା କମିଟି ପାଇଁ ନୂତନ ସଦସ୍ୟ ନିଯୁକ୍ତି ହୋଇଛନ୍ତି| ସୂଚନା ଅନୁସାରେ 26 ଅଗଷ୍ଟ 2025 ଦିନ
ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପାଇଁ ଓଡିଶା ସରକାରଙ୍କ ଆଦେଶ ଅନୁସାରେ ୧0 ଜଣ ସଦସ୍ୟଙ୍କୁ ନିଯୁକ୍ତ କରାଯାଇଛି|ନୂତନ ସଦସ୍ୟମାନେ ହେଲେ ଡ଼. ସିଦ୍ଧେଶ୍ୱର ମହାପାତ୍ର (ମୁକ୍ତିମଣ୍ଡପ ପ୍ରତିନିଧି),ଶ୍ରୀ କୃଷ୍ଣଚନ୍ଦ୍ର (ଟୁକୁ) ସାମନ୍ତରାୟ (ସେବାୟତ),ଶ୍ରୀ ମଧୁସୂଦନ ସିଂହାରୀ (ସେବାୟତ),ଶ୍ରୀ ଜଗନ୍ନାଥ ପୁଜାପଣ୍ଡା (ସେବାୟତ),ଶ୍ରୀ ଗଣେଶ ଦାସମହାପାତ୍ର (ସେବାୟତ),ଶ୍ରୀ ରାମନାରାୟଣ ଗୋଛିକର (ସେବାୟତ),ଶ୍ରୀ ରଘୁବୀର ଦାସ ମହାରାଜ, ବଳରାମକୋଟ ମଠ (ମଠ ଓ ଅନ୍ୟାନ୍ୟ ସଂସ୍ଥା ପ୍ରତିନିଧି),
ଡ଼. ଗିରିଶ ଚନ୍ଦ୍ର ମୁର୍ମୁ, ପୂର୍ବତନ C.A.G.,ଶ୍ରୀ ଏ.କେ. ସାବତ, Chartered Accountant ଏବଂ ଶ୍ରୀ ମହେଶ କୁମାର ସାହୁ, ଅନୁଗୁଳ ପ୍ରମୁଖ ନିଯୁକ୍ତି ହୋଇଛନ୍ତି|ଦୀର୍ଘଦିନ ର ବ୍ୟବଧାନ ପରେ ମଙ୍ଗଳବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହୋଇଛି |
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ନୂତନ ସଦସ୍ୟମାନେ ଶ୍ରୀମନ୍ଦିରର ନିତିକାନ୍ତି, ସେବାୟତଙ୍କ ସର୍ବାଙ୍ଗୀନ ଉନ୍ନତି ଓ ଭକ୍ତମାନଙ୍କ ସୁବିଧା ପାଇଁ ନିର୍ଭୀକତାର ସହିତ କାର୍ଯ୍ୟ କରିବେ ବୋଲି ଆଶା କରାଯାଇଛି|